ETV Bharat / sports

Tokyo Olympics: ଭେଟନ୍ତୁ ସବୁଠାରୁ ବୟସ୍କ ଅଲମ୍ପିକ ପଦକ ବିଜେତା

୧୯୬୮ ପରଠାରୁ ସବୁଠାରୁ ବୟସ୍କ ଆଥଲେଟ ତଥା ପଦକ ବିଜେତା ହୋଇଛନ୍ତି ଅଷ୍ଟ୍ରେଲିଆର ଆଣ୍ଡ୍ରିଉ ହୋଏ । ଅଧିକ ପଢ଼ନ୍ତୁ...

author img

By

Published : Aug 3, 2021, 8:55 PM IST

Andrew Hoy, oldest Olympic medalist,  62 year old medalist, equestrian silver, ସବୁଠାରୁ ବୟସ୍କ ଅଲମ୍ପିକ ପଦକ ବିଜେତା, ଆଣ୍ଡ୍ରିଉ ହୋଏ, Tokyo Olympics, ଟୋକିଓ ଅଲମ୍ପିକ୍‌
Tokyo Olympics: ଭେଟନ୍ତୁ ସବୁଠାରୁ ବୟସ୍କ ଅଲମ୍ପିକ ପଦକ ବିଜେତା

ଟୋକିଓ: ଅଷ୍ଟ୍ରେଲିଆର ଆଣ୍ଡ୍ରିଉ ହୋଏ ୧୯୬୮ ପରଠାରୁ ସବୁଠାରୁ ବୟସ୍କ ଆଥଲେଟ ତଥା ପଦକ ବିଜେତା ହୋଇଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍‌ରେ ଅଶ୍ବଚାଳନାରେ ହୋଇଥିବା ଟିମ୍‌ ଇଭେଣ୍ଟରେ ହୋଏଙ୍କ ଟିମ୍‌ ରୌପ୍ୟ ପଦକ ଜିତିଛି । କେବଳ ସେତିକି ନୁହେଁ ସୋମବାର ସନ୍ଧ୍ୟାରେ ହୋଇଥିବା ବ୍ୟକ୍ତିଗତ ଇଭେଣ୍ଟରେ ସେ କାଂସ୍ୟ ପଦକ ଜିତିଛନ୍ତି ।

୬୨ ବର୍ଷୀୟ ହୋଏଙ୍କ ଏହା ହେଉଛି ଷଷ୍ଠ ପଦକ । ଆଉ ୬ଟି ପଦକ ମଧ୍ୟରେ ରହିଛି ୩ଟି ସ୍ବର୍ଣ୍ଣ । ତେବେ ୨୦୦୦ ମସିହାରେ ସିଡନି ଅଲମ୍ପିକ ପରେ ଏହା ତାଙ୍କର ପ୍ରଥମ ପଦକ ଥିଲା ।

ହୋଏ କହନ୍ତି ଯେ, ‘‘ ଏହା ବହୁତ ଖାସ୍‌ ଅଟେ । ଆମେ ଏହି ଖେଳକୁ ଚତୁର୍ଥ, ପଞ୍ଚମ କିମ୍ବା ଷଷ୍ଠ ହେବାକୁ ଆସୁନାହିଁ ବିଶେଷ କରି ଅଲମ୍ପିକ୍ସକୁ । ଆମେ ଆସୁ ପଦକ ଜିତିବା ପାଇଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଟିମ୍‌ ଇଭେଣ୍ଟ ଥିଲା ।

‘‘ମୋ ପାଖରେ ଚମତ୍କାର ଘୋଡ଼ାଟିଏ ଅଛି । ମୁଁ ଆଠ ଥର ଅଲମ୍ପିକ ଖେଳିଛି ଓ ପ୍ରତିଥର ମତେ ଭଲ ଘୋଡ଼ା ମିଳନ୍ତି କିନ୍ତୁ ଭାସିଲି ଡେ ଲାସୋସ୍‌ ବିଶ୍ବର ମହାନ ଘୋଡ଼ା ମାନଙ୍କ ମଧ୍ୟରୁ ଅନ୍ୟତମ,’’ ବୋଲି କୁହନ୍ତି ହୋଏ ।

ହୋ ପ୍ରଥମେ 1984 ରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ପ୍ରତିଯୋଗିତା କରିଥିଲେ । 1996 ଏବଂ 2000 ଅଲିମ୍ପିକ୍ସରେ ଜିତିବା ପୂର୍ବରୁ ସେ ବାର୍ସିଲୋନାରେ 1992 ଅଲମ୍ପିକ୍ସରେ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ । ହୋଏ ସିଡନୀ ଅଲମ୍ପିକ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ସେ 2004 ଏବଂ 2012 ରେ ପୁନର୍ବାର ପ୍ରତିଦ୍ବନ୍ଦ୍ବିତା କରିଥିଲେ, ଯାହାକି ତାଙ୍କୁ ଅଷ୍ଟ୍ରେଲିଆର ସବୁଠାରୁ ସ୍ଥାୟୀ ଅଲମ୍ପିଆନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.