ଲଣ୍ଡନ: ଚଳିତ ୱିମ୍ବଲଡନ 2021ର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ବିଶ୍ବ ନମ୍ବର 1 ନୋଭାକ ଜୋକଭିକ । ସେଣ୍ଟର କୋର୍ଟରେ ଖେଳାଯାଇଥିବା ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ଜୋକଭିକ ଚିଲେର ଖ୍ରୀଷ୍ଟିଆନ ଗାରିନଙ୍କୁ 6-2, 6-4, 6-2 ସେଟ୍ରେ ହରାଇ କ୍ବାର୍ଟରରେ ପ୍ରବେଶ କରିଛନ୍ତି ।
-
50 Grand Slam quarter-finals.
— Wimbledon (@Wimbledon) July 5, 2021 " class="align-text-top noRightClick twitterSection" data="
In this form, he's going to take some beating...#Wimbledon | @DjokerNole pic.twitter.com/t9HWGHGZ2Y
">50 Grand Slam quarter-finals.
— Wimbledon (@Wimbledon) July 5, 2021
In this form, he's going to take some beating...#Wimbledon | @DjokerNole pic.twitter.com/t9HWGHGZ2Y50 Grand Slam quarter-finals.
— Wimbledon (@Wimbledon) July 5, 2021
In this form, he's going to take some beating...#Wimbledon | @DjokerNole pic.twitter.com/t9HWGHGZ2Y
ସର୍ବିୟାନ ଟେନିସ ଷ୍ଟାର ଆକ୍ରମଣାତ୍ମକ ରଣନୀତି ସହ ପ୍ରଥମ ସେଟ୍କୁ ସହଜରେ ଜିତିନେଇଥିଲେ । ଦ୍ବିତୀୟ ସେଟ୍ରେ ଗାରିନ କଡା ଟକ୍କର ଦେଇଥିଲେ ଗୋଟିଏ ସମୟରେ 3-3ରେ ସ୍କୋର ବରାବର ଥିଲା । ମାତ୍ର ଅଭିଜ୍ଞ ଜୋକଭିକ 6-4ରେ ମ୍ୟାଚ ଛଡାଇନେଇଥିଲେ ।
ପରେ 34 ବର୍ଷୀୟ ଜୋକଭିକ ତୃତୀୟ ସେଟ୍ରେ ମଧ୍ୟ ଦମଦାର ବିଜୟ ସହ ୱିମ୍ବଲଡନର ଶ୍ରେଷ୍ଠ 8 ମଧ୍ୟରେ ପ୍ରବେଶ କରିଥିଲେ ।
ଜୋକଭିକ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ ଓ ଫ୍ରେଞ୍ଚ ଓପନ ଟାଇଟେଲ ନିଜ ନାମରେ କରିସାରିଛନ୍ତି ଓ 19ଟି ଗ୍ରାଣ୍ଡ ସ୍ଲାମ ବିଜେତା ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ