ଲଣ୍ଡନ: ଚଳିତ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ବିଶ୍ବର ନମ୍ବର 1 ଟେନିସ ଖେଳାଳି ନୋଭାକ ଜୋକଭିକ । ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ବ୍ରିଟିଶ ଖେଳାଳି ଜାକ୍ ଡ୍ରାପରଙ୍କୁ 4-6, 6-1, 6-2, 6-2ରେ ହରାଇ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।
ସର୍ବିଆନ ଟେନିସ ଷ୍ଟାର ପ୍ରଥମ ସେଟ୍ରେ ଡ୍ରାପରଙ୍କ ଠାରୁ ପଛରେ ରହିଥିଲେ । ଡିଫେଣ୍ଡିଂ ଚମ୍ପିଆନ ପ୍ରଥମ ସେଟ୍ରେ 4-6 ପଏଣ୍ଟରେ ପରାସ୍ତ ମଧ୍ୟ ହୋଇଥିଲେ । ମାତ୍ର ଜବରଦସ୍ତ କମବ୍ୟାକ ସହ ପରବର୍ତ୍ତୀ ଦୁଇଟି ସେଟ୍କୁ ଅଧଘଣ୍ଟା ସମୟ ମଧ୍ୟରେ ଜିତି ନେଇଥିଲେ ।
ତୃତୀୟ ସେଟ୍ରେ ଡ୍ରାପରଙ୍କୁ 6-2ରେ ହରାଇବା ପରେ ବିଜୟ ସୁନିଶ୍ଚିତ କରିଥିଲେ ।
ପରବର୍ତ୍ତୀ ରାଉଣ୍ଡରେ ନୋବାକ ଜୋକଭିକ ପୂର୍ବତନ ବିଶ୍ବ ନମ୍ବର 5 କେଭିନ ଆଣ୍ଡରସନଙ୍କୁ ଭେଟିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ