ହାଇଦ୍ରାବାଦ: ଭାରତୀୟ ଟେନିସ ପାଇଁ ଏକ ବଡ ମୁହୁର୍ତ୍ତ ଆସି ପହଞ୍ଚିଛି । ପୁରୁଷ ଏକକ ବର୍ଗରେ ଭେଟେରାନ ଟେନିସ ଷ୍ଟାର ରୋଜର ଫେଡେରରଙ୍କ ସହ ଭାରତର ସୁମିତ ନାଗଲଙ୍କ ମୁକାବିଲା ହେବ । ସୁମିତ ବ୍ରାଜିଲର ଜାଓ ମେନିଜସଙ୍କୁ 5-7, 6-4, 6-3 ସେଟରେ US Open କ୍ବାଲିଫାୟାର ମ୍ୟାଚରେ ପରାଜିତ କରିଛନ୍ତି ।
25 ବର୍ଷିୟ ସୁମିତ ପୁରୁଷ ଡ୍ର ବର୍ଗରେ ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟରେ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ସଫଳତା ପାଇବାରେ ସୁମିତ ଭାରତର ସର୍ବକନିଷ୍ଠ ଟେନିସ ଖେଳାଳି ହୋଇଯାଇଛନ୍ତି । ତେବେ ଏହା ସୁମିତଙ୍କର ପ୍ରଥମ ଗ୍ରାଣ୍ଡ ସ୍ଳାମ ପ୍ରବେଶ । 2015ରେ ୱିମ୍ବଲଡନ ପୁରୁଷ ଡବଲ୍ସ ଟାଇଟେଲ ଜିତିଥିଲେ ସୁମିତ ନାଗଲ । ଅଗଷ୍ଟ 27ରେ ସୁମିତ ପ୍ରଥମ ରାଉଣ୍ଡରେ ଫେଡେରରଙ୍କୁ ଭେଟିବେ ।
ସୁମିତ 2ୟ ଭାରତୀୟ ଖେଳାଳି ଭାବେ US Open 2019 ପୁରୁଷ ଏକକ ବର୍ଗରେ ଅଂଶଗ୍ରହଣ କରିଛନ୍ତି । ପୂର୍ବରୁ ପ୍ରଜନେସ ଗୁନ୍ନେସ୍ବରାନ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରଜନେସ ଅଗଷ୍ଟ 26ରେ ଡାନିଲ ମେଡଭେଦେଭଙ୍କୁ ପ୍ରଥମ ରାଉଣ୍ଡରେ ଭେଟିବେ । 1988 ପରେ ପ୍ରଥମ ଥର 2ଜଣ ଭାରତୀୟ ପୁରୁଷ ଏକକ ବର୍ଗରେ ଗ୍ରାଣ୍ଡ ସ୍ଲାମରେ ଭାଗନେବେ । ଏମିତି ହେବାରେ ଭାରତ ପାଇଁ 2ୟ ଅବସର ହୋଇଛି । 1988 ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରେ ଲିଆଣ୍ଡର ପେସ ଓ ମହେଶ ଭୁପତି ଭାରତର ପ୍ରତିନିଧିତ୍ବ କରିଥିଲେ ।