ନ୍ୟୁୟର୍କ: ୟୁଏସ ଓପନ ମହିଳା ସିଙ୍ଗିଲ୍ସ ଫାଇନାଲ ମ୍ୟାଚରେ 23 ଥର ଗ୍ଲାଣ୍ଡସ୍ଲାମ ବିଜେତା ସେରେନା ୱିଲିୟମ୍ସ ପରାସ୍ତ ହୋଇଛନ୍ତି । ସେରେନା 19 ବର୍ଷୀୟ କାନାଡା ଖେଳାଳୀ ବିୟାଙ୍କ ଆନ୍ଦ୍ରିସ୍କୁଙ୍କ ଠାରୁ 6-3, 7-5 ସେଟରେ ପରାସ୍ତ ହୋଇଛନ୍ତି ।
ମ୍ୟାଚ ଆରମ୍ଭରୁ ବିୟାଙ୍କ ଆନ୍ଦ୍ରିସ୍କୁ ସେରେନାଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲେ । ପ୍ରଥମ ସେଟରେ 6-3ରେ ଆଗୁଆ ଥିବା ବେଳେ ଶେଷ ସେଟକୁ 7-5ରେ ଜିତିବା ସହ ନିଜର ପ୍ରଥମ ଗ୍ଲାଣ୍ଡସ୍ଲାମ ହାସଲ କରିଛନ୍ତି ।
କାନାଡାର ପ୍ରଥମ ମହିଳା ଖେଳାଳୀ ଭାବରେ ଆନ୍ଦ୍ରିସ୍କୁ କୌଣସି ପ୍ରମୁଖ ଗ୍ଲାଣ୍ଡସ୍ଲାମ ହାସଲ କରିଛନ୍ତି । ପୂର୍ବରୁ କାନାଡାର ୟୁଜେନି ବୁଚାର୍ଡ 2014 ମସିହାରେ ୟୁଏସ ଓପନ ଫାଇନାଲରେ ପ୍ରବେଶ କରି ରନର୍ସ ଅପ ହୋଇଥିଲେ । ଗତ ସେମିଫାଇନାଲ ମୁକାବିଲାରେ ଆନ୍ଦ୍ରିସ୍କୁ ବେଲିନ୍ଦା ବେନସିକଙ୍କୁ ପରାସ୍ତ କରି ଦେଶ ପକ୍ଷରୁ ଦ୍ବିତୀୟ ଥର ପାଇଁ ୟୁଏସ ଓପନ ଫାଇନାଲରେ ପହଞ୍ଚିଥିଲେ।