ETV Bharat / sports

ଫ୍ରେଞ୍ଚ ଓପନ ମ୍ୟାଚ ଫିକ୍ସିଂ: ପୋଲିସ ହେପାଜତରୁ ମୁକୁଳିଲେ ସିଜିକୋଭା - ୟାନା ସିଜିକୋଭା ଗିରଫ

ଫ୍ରେଞ୍ଚ ଓପନରେ ମ୍ୟାଚ ଫିକ୍ସିଂ ସନ୍ଦେହରେ ଗିରଫ ହୋଇଥିବା ଋଷିଆନ ଟେନିସ ଖେଳାଳି ୟାନା ସିଜିକୋଭା ପୋଲିସ ହେପାଜତରୁ ମୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

Tennis player released from custody in match-fixing case
ଫ୍ରେଞ୍ଚ ଓପନ ମ୍ୟାଚ୍‌ ଫିକ୍ସିଂ: ପୋଲିସ ହେପାଜତରୁ ମୁକୁଳିଲେ ସିଜିକୋଭା
author img

By

Published : Jun 5, 2021, 6:50 PM IST

ପ୍ୟାରିସ୍‌: ଫ୍ରେଞ୍ଚ ଓପନରେ ମ୍ୟାଚ ଫିକ୍ସିଂ ସନ୍ଦେହରେ ଗିରଫ ହୋଇଥିବା ରୁଷିଆନ ଟେନିସ ଖେଳାଳି ପୋଲିସ ହେପାଜତରୁ ମୁକ୍ତ ହୋଇଛନ୍ତି । ୟାନା ସିଜିକୋଭା ଫ୍ରେଞ୍ଚ ଓପନ ଡବଲ୍ସ ମ୍ୟାଚ ଖେଳିବା ପରେ ଗୁରୁବାର ପ୍ୟାରିସରେ ଗିରଫ ହୋଇଥିଲେ ।

26 ବର୍ଷୀୟା ସିଜିକୋଭା ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ଓ ତାଙ୍କର ଓକିଲଙ୍କ ସୂଚନା ଅନୁଯାୟୀ, ଖୁବଶୀଘ୍ର ମାନହାନୀ ମାମଲା କରିବାକୁ ଯାଉଛନ୍ତି ।

ଟେନିସ ମହିଳା ଡବଲ୍ସ ମାନ୍ୟତାର 101ତମ ସ୍ଥାନରେ ରହିଛନ୍ତି ସିଜିକୋଭା ଓ ସିଙ୍ଗଲ୍ସରେ 765ତମ ସ୍ଥାନରେ ରହିଛନ୍ତି । ଗୁରୁବାର ରୋଲାଣ୍ଡ ଗାରୋସ ଡବଲ୍ସ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ରାଉଣ୍ଡ ମ୍ୟାଚରେ ପରାସ୍ତ ହେବାପରେ ଗିରଫ ହୋଇଥିଲେ ।

ଗତବର୍ଷ ଫ୍ରେଞ୍ଚ ଓପନ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ବିଳମ୍ବରେ ଖେଳାଯାଇଥିଲା । ସେପ୍ଟେମ୍ବର ଶେଷ ଭାଗରେ ଖେଳାଯାଇଥିଲା ଫ୍ରେଞ୍ଚ ଓପନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.