ETV Bharat / sports

ଫ୍ରେଞ୍ଚ ଓପନ: ନୂଆ ସମୟସୂଚୀକୁ ନେଇ ଅସନ୍ତୁଷ୍ଟ ସାନିଆ

author img

By

Published : Mar 19, 2020, 10:09 AM IST

Updated : Mar 19, 2020, 11:22 AM IST

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଫ୍ରେଞ୍ଚ ଓପନ 200 ସମୟ ସୂଚୀକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ପରିବର୍ତ୍ତିତ ସୂଚୀ ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ, ସେପ୍ଟେମ୍ବର 20ରୁ ଅକ୍ଟୋବରୁ 4 ପର୍ଯ୍ୟନ୍ତ ଖେଳାଯିବା ନେଇ ସ୍ଥିର ହୋଇଛି ।

Sania Mirza questions rescheduling of French Open
ଫ୍ରେଞ୍ଚ ଓପନ: ନୂଆ ସମୟସୂଚୀକୁ ନେଇ ସାନିଆଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଫ୍ରେଞ୍ଚ ଓପନ 200 ସମୟ ସୂଚୀକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେପ୍ଟମ୍ବରରେ ଏହି କ୍ଳେ-କୋର୍ଟ ଗ୍ରାଣ୍ଡ ସ୍ଳାମ ଖେଳାଯିବା ନେଇ ଜଣାପଡିବା ପରେ ସାନିଆଙ୍କ ସମେତ ଏକାଧିକ ଖେଳାଳି ଆପତ୍ତି ଉଠାଇଛନ୍ତି ।

ମହାମାରୀ କୋରୋନା ଭାଇରସରେ ସମଗ୍ର କ୍ରୀଡାଜଗତ ପ୍ରଭାବିତ ହୋଇଛି । ସାନିଆ କହିଛନ୍ତି ହଠାତ ବର୍ଷ ଶେଷରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସେ ଇମେଲ ଯୋଗେଁ ସୂଚନା ପାଇଛନ୍ତି । ତେବେ ନୂଆ ସମୟସୂଚୀ ନିଷ୍ପତ୍ତିକୁ ନେଇ ଖେଳାଳିଙ୍କୁ ଜଣାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେ ଅସନ୍ତୋଷ ଜାହିର କରିଛନ୍ତି ।

ପୂର୍ବରୁ 20 ଘଣ୍ଟା ବିମାନ ଯାତ୍ରା ପରେ କାଲିଫର୍ଣ୍ଣିଆରେ ପହଞ୍ଚିଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟ ବାତିଲ ସୂଚନା ମିଳିଥିଲା । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଫ୍ରେଞ୍ଚ ଓପନ ଧାର୍ଯ୍ୟ ସମୟସୂଚୀରେ ପରିବର୍ତ୍ତନ ହୋଇଥିଲା । ତେବେ ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 20ରୁ ଅକ୍ଟୋବରୁ 4 ପର୍ଯ୍ୟନ୍ତ ଖେଳାଯିବା ନେଇ ସ୍ଥିର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

Last Updated : Mar 19, 2020, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.