କଟକ: ଆସନ୍ତା ଜୁଲାଇ 17ରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା । କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହା ଖେଳାଯିବ । ଏହାକୁ ନେଇ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଏମସି କମିଶନର ଏହି କାର୍ଯ୍ୟର ତର୍ଜମା କରିଛନ୍ତି । ଏହି ମେଗା ଇଭେଣ୍ଟର ପରିଚାଳନାର ଗୁରୁ ଦାୟିତ୍ବ ବହନ କରୁଛି କଟକ ମୁନିସପାଲ କର୍ପୋରେସନ ବା ସିଏମସି । ତେବେ ଖେଳ ଆରମ୍ଭ ହେବା ପୂର୍ବରୁ ସହରକୁ ଏକ ନୂଆ ରୂପରେ ଆଣିବାକୁ ମନସ୍ତ କରିଛି ସିଏମସି । ଏହି ପ୍ରତିଯୋଗିତାରେ 14ଟି ବିଦେଶୀ ଦଳ ଭାଗ ନେଉଛନ୍ତି । ଯାହାକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି ।
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ମୁକାବିଲା ପାଇଁ ସିଏମସି ମୁଣ୍ଡରେ ଗୁରୁ ଦାୟିତ୍ବ । ତେବେ ଜୁଲାଇ 10ପୂର୍ବରୁ କଟକର ପ୍ରମୁଖ ସ୍ଥାନ ଯେପରିକି ଡିଅର ପାର୍କ ରୋଡ଼ ଗଡ଼ଖାଇ ଅଞ୍ଚଳ ଓ ଷ୍ଟାଡିୟମର ଚତୁପାର୍ଶ୍ବରେ ପରିମଳ ବ୍ୟବସ୍ଥା ସଠିକ ହେବ ସେ ଦିଗରେ ବେଶ ଯତ୍ନବାନ ରହିଛି ସିଏମସି । ତେବେ ଆଉ ମାତ୍ର କିଛି ଦିନ ମଧ୍ୟରେ ସମସ୍ତ ସ୍ଥିତି ସୁଧୁରିଯିବ ଓ ପରିମଳ କ୍ଷେତ୍ରରେ କଟକ କୁ ସାରା ବିଶ୍ୱ ଦେଖିବ ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡାକୁ ରହିଛି ଆଉ ଅଳ୍ପ ଦିନ । ତେବେ ଦେଖିବାକୁ ବାକିରହିଲା ସିଏମସି ତାର ଗୁରୁ ଦାୟିତ୍ବ କିପରି ଢ଼ଙ୍ଗରେ ସମ୍ପାଦନ କରୁଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ