ETV Bharat / sports

US Open: ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହେଲେ ପ୍ରଜ୍ନେଶ ଗୁଣେଶ୍ବରନ

author img

By

Published : Aug 26, 2021, 4:43 PM IST

Updated : Aug 26, 2021, 4:48 PM IST

ୟୁଏସ ଓପନରେ ଚମକିଲେ ଭାରତର ଟପ ରାଙ୍କ୍ ଟେନିସ ଖେଳାଳି ପ୍ରଜ୍ନେଶ ଗୁଣେଶ୍ବରନ । ୟୁଏସ ଓପନର ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି ପ୍ରଜ୍ନେଶ । ଅଧିକ ପଢ଼ନ୍ତୁ...

US Open: ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହେଲେ ପ୍ରଜ୍ନେଶ ଗୁଣେଶ୍ବରଣ

ନିୟୁର୍କ: ୟୁଏସ ଓପନରେ ଚମକିଲେ ଭାରତର ଟପ ରାଙ୍କ୍ ଟେନିସ ଖେଳାଳି ପ୍ରଜ୍ନେଶ ଗୁଣେଶ୍ବରନ । ୟୁଏସ ଓପନର ଦ୍ବିତୀୟ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି ପ୍ରଜ୍ନେଶ । ପ୍ରଥମ ରାଉଣ୍ଡରେ ସେ କାନାଡାର ବ୍ରେଡେନ ସ୍କୁନରଙ୍କୁ ଭେଟିଥିଲେ । ଏହି ମ୍ୟାଚରେ କାନାଡାର ଟେନିସ ଖେଳାଳିଙ୍କୁ ଦୁଇଟି ସିଧା ସେଟରେ ପରାଜିତ କରିଛନ୍ତି ପ୍ରଜ୍ନେଶ ।

ଏହି ବିଜୟ ସହ ବିଶ୍ବ ଟେନିସ ରାଙ୍କିଂରେ ୨୩୨ତମ ସ୍ଥାନରେ ପହଞ୍ଚି ପାରିଛନ୍ତି ପ୍ରଜ୍ନେଶ । ପ୍ରଥମ ରାଉଣ୍ଡର ମ୍ୟାଚ ଦୀର୍ଘ ୩୭ ମିନିଟ ଧରି ଚାଲିଥିଲା । ମ୍ୟାଚ ଆରମ୍ଭରୁ ପ୍ରଜ୍ନେଶତ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ । ଫଳରେ କାନାଡା ଖେଳାଳି ଆଉ ମ୍ୟାଚକୁ ଫେରି ପାରିନଥିଲେ । ଦ୍ବିତୀୟ ରାଉଣ୍ଡରେ ଆମେରିକାର ଖ୍ରୀଷ୍ଟୋଫର ଇୟୁବ୍ୟାଙ୍କଙ୍କୁ ଭେଟିବେ ପ୍ରଜ୍ନେଶ ।

୨୦୧୯ରେ ମଧ୍ୟ ପ୍ରଜ୍ନେଶ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ବିଜୟୀ ହୋଇ ମୁଖ୍ୟ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲେ । ତେବେ ସେ ଋୁଷିଆର ଡାନିଲ ମେଦେବେଦେବଙ୍କଠାରୁ ପରାଜିତ ହୋଇ ୟୁଏସ ଓପନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ । ବର୍ତ୍ତମାନ ୟୁଏସ ଓପନରେ ଭାରତ ଏକ ମାତ୍ର ଖେଳାଳି ରହିଛନ୍ତି ପ୍ରଜ୍ନେଶ । କାରଣ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତ ସୁମିତ ନାଗଲ ଓ ରାମକୁମାର ରାମନାଥନ ପରାଜିତ ହୋଇଛନ୍ତି ।

ସେପଟେ ମହିଳା ଏକକ ବର୍ଗର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମଧ୍ୟ ଭାରତର ଅଙ୍କିତା ରାଇନା ପରାଜିତ ହୋଇଛନ୍ତି । ସେ ଆମେରିକାର ଜାମି ଲୋବଙ୍କ ଠାରୁ ପରାଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 26, 2021, 4:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.