ପ୍ୟାରିସ: ପ୍ରଥମ ମହିଳା ଭାବେ ଚଳିତ ଫ୍ରେଞ୍ଚ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଆର୍ଜେଣ୍ଟିନାର ନାଦିଆ ପୋଦରସ୍କା । ବିଶ୍ବ ମାନ୍ୟତାର 131 ତମ ସ୍ଥାନରେ ରହିଥିବା ପୋଦରସ୍କା ସେମିଫାଇନାଲ ଟିକେ ହାଇତେବା ସହ ଇତିହାସ ରଚିଛନ୍ତି ।
ମଙ୍ଗଳବାର ଖେଳାଯାଇଥିବା ମହିଳା ଏକକ ବର୍ଗର କ୍ବାର୍ଟର-ଫାଇନାଲ ମୁକାବିଲାରେ ଏଲିନା ସ୍ବେତଲିନାଙ୍କୁ 6-2, 6-4 ସେଟରେ ହରାଇଛନ୍ତି ପୋଦରସ୍କା । ଏକ ଘଣ୍ଟା 19 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।
23 ବର୍ଷୀୟା ପୋଦରସ୍କା ପୂର୍ବରୁ କୌଣସି ଗ୍ରାଣ୍ଡସ୍ଳାମ ଟୁର୍ଣ୍ଣାମେଣ୍ଟର ନକଆଉଟ ମ୍ୟାଚରେ ବିଜୟୀ ହୋଇନଥିଲେ । ତେବେ ଏହା ତାଙ୍କର କ୍ରମାଗତ ଅଷ୍ଟମ ବିଜୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ