ETV Bharat / sports

ମାଦ୍ରିଦ ମାଷ୍ଟର୍ସରୁ ଓହରିଲେ ନୋଭାକ ଜୋକଭିକ - novak djokovik to skip madrid maters

ମାଦ୍ରିଦ ମାଷ୍ଟର୍ସରୁ ଓହରିଲେ ବିଶ୍ବର ନମ୍ବର 1 ପୁରୁଷ ଟେନିସ ଖେଳାଳି ନୋଭାକ ଜୋକଭିକ । ଅଧିକ ପଢନ୍ତୁ...

NOVAK DJOKOVIC TO SKIP MADRID MASTERS SAYS REPORT
ମାଦ୍ରିଦ ମାଷ୍ଟର୍ସରୁ ଓହରିଲେ ନୋଭାକ ଜୋକଭିକ
author img

By

Published : Apr 3, 2021, 10:23 PM IST

ହାଇଦ୍ରାବାଦ: ମାଦ୍ରିଦ ମାଷ୍ଟର୍ସରୁ ଓହରିଲେ ବିଶ୍ବର ନମ୍ବର 1 ପୁରୁଷ ଟେନିସ ଖେଳାଳି ନୋଭାକ ଜୋକଭିକ । ସର୍ବିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମାଦ୍ରିଦ ଓପନରେ ଜୋକଭିକ ଅଂଶଗ୍ରହଣ କରିବେ ନାହିଁ ।

ଫେବ୍ରୁଆରୀରେ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିବା ପରେ ଜୋକଭିକ କ୍ଲେ-କୋର୍ଟ ମାଷ୍ଟର୍ସ 1000 ଟୁର୍ଣ୍ଣାମେଣ୍ଟରେ ନଜର ଆସିବେ ବୋଲି ଆଶା କରାଯାଉଥିଲା । ଏହି ସମ୍ମାନଜନକ ପ୍ରତିଯୋଗିତା ଗତବର୍ଷ କୋଭିଡ-19 ସଂକ୍ରମଣ ଭୟ କାରଣରୁ ଆୟୋଜିତ ହୋଇନଥିଲା ।

18ଟି ଗ୍ରାଣ୍ଡସ୍ଲାମ ବିଜେତା ଜୋକଭିକ ମଇ 2ରୁ 9 ପର୍ଯ୍ୟନ୍ତ ହେବାକୁ ଥିବା ମାଦ୍ରିଦ ଓପନ ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଗତ ସଂସ୍କରଣର ଟାଇଟେଲ ବିଜେତା ରହିଥିଲେ ଜୋକଭିକ । ବର୍ଷ 2019ରେ ଫାଇନାଲରେ ଗ୍ରୀସର ଷ୍ଟେଫାନୋସ ସ୍ତିତସିପାସଙ୍କୁ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.