ETV Bharat / sports

କାହିଁକି ମ୍ୟାଚ ଜିତିଲା ପରେ କାନ୍ଦିଲେ ଜୋକୋଭିକ ?

ବିଶ୍ବର ନଂ1 ଟେନିସ ଖେଳାଳି ନୋବାକ ଜୋକଭିକଙ୍କ ଆଖିରେ ଲୁହ । ଜୋକଭିକ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଆଦ୍ରିଆ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ବିଜୟରେ ଭାବବିହ୍ବଳ ହୋଇପଡିଛନ୍ତି ଜୋକଭିକ ।

author img

By

Published : Jun 15, 2020, 5:48 PM IST

Novak Djokovik breaks into tears after his win against Alexander Zverev
ଆଦ୍ରିଆ ଓପନ: ବିଜୟ ପରେ ଭାବବିହ୍ବଳ ହେଲେ ନୋବାକ ଜୋକଭିକ

ବେଲଗ୍ରେଡ: ବିଶ୍ବର ନଂ1 ଟେନିସ ଖେଳାଳି ନୋବାକ ଜୋକଭିକଙ୍କ ଆଖିରେ ଲୁହ । ଜୋକଭିକ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଆଦ୍ରିଆ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ଆଲେକଜାଣ୍ଡର ଜର୍ଭଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ ଜୋକଭିକ । ଏହାପରେ ସେ ଭାବବିହ୍ବଳ ହୋଇଥିବା ଦେଖାଯାଇଥିଲା । କିଛି ସମୟ ପାଇଁ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।

ଏହାର କାରଣ ପିଲାଦିନର ସ୍ମୃତି ବୋଲି ଜୋକଭିକ କହିଛନ୍ତି । ଯେଉଁ ଟେନିସ କୋର୍ଟରେ ପିଲାଦିନେ ଅଭ୍ୟାସ କରୁଥିଲେ, ସେଠାରେ ପୁନର୍ବାର ଖେଳିଥିବାରୁ ସ୍ମୃତି ସବୁ ତାଜା ହୋଇଥିଲା ବୋଲି ସେ କହିଛନ୍ତି ।

ମହାମାରୀ କୋରୋନା ଭାଇରସ ଯୋଗୁଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିଛି । ତେବେ ନୋବାକ ଜୋକଭିକ ଫାଉଣ୍ଡେସନ ପକ୍ଷରୁ ଏକ ଘରୋଇ ଟେନିସ ଟୁର୍ଣ୍ଣାମେଣ୍ଟ ଆଦ୍ରିଆ ଓପନ ନାମରେ ଖେଳାଯାଉଛି । ଏଥିରେ ଏକାଧିକ ଖେଳାଳିଙ୍କୁ ଫାଉଣ୍ଡେସନ ପକ୍ଷରୁ ନିମନ୍ତ୍ରଣ କରାଯାଇ ମ୍ୟାଚର ଆୟୋଜନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.