ଲଣ୍ଡନ: ବିଶ୍ବ ଟେନିସ ମାନ୍ୟତାର ନମ୍ବର 1 ଖେଳାଳି ନୋଭା ଜୋକଭିକ ଗତ ମାସରେ ନିଜର ନବମ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ହାସଲ କରିଥିଲେ । ଏଥିସହିତ ଜୋକଭିକ କ୍ୟାରିୟରର 18ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ଜିତିବା ସହ ଫେଡେରର ଓ ନାଦାଲଙ୍କ 20-20 ଗ୍ରାଣ୍ଡସ୍ଲାମ ରେକର୍ଡର ନିକଟତର ହୋଇଛନ୍ତି ।
ଜୋକଭିକ କହିଛନ୍ତି, "ସର୍ବାଧିକ ସପ୍ତାହ ପର୍ଯ୍ୟନ୍ତ ନମ୍ବର 1 ମାନ୍ୟତାରେ ରହିବାର ଐତିହାସିକ ଉପଲବ୍ଧି ହାସଲ କରିବା ବିରାଟ ଅନୁଭବ । ତେବେ ଅଧିକ ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜୟ ଲକ୍ଷ୍ୟ ରହିଛି ।"
2021 ପୁରୁଷ ଟୁର୍ ଆରମ୍ଭ ହେବାପରେ ଜୋକଭିକ ଦମଦାର ଫର୍ମରେ ରହିଛନ୍ତି ଓ ଲଗାତାର 9ଟି ମ୍ୟାଚ ଜିତିସାରିଛନ୍ତି । ଗତବର୍ଷ ଖେଳାଯାଇଥିବା ଫ୍ରେଞ୍ଚ ଓପନ ଫାଇନାଲ ପର୍ଯ୍ୟନ୍ତ କୌଣସି ଗୋଟିଏ ମ୍ୟାଚ ହାରିନାହାଁନ୍ତି ।
ସର୍ବିୟାର ଟେନିସ ଷ୍ଟାର, ନୋଭାକ ଜୋକଭିକ 310 ସପ୍ତାହ ପର୍ଯ୍ୟନ୍ତ ATP ମାନ୍ୟତାର ନମ୍ବର-1 ସ୍ଥାନରେ ରହିବା ସହ ସ୍ବିଜରଲାଣ୍ଡର ଟେନିସ ଖେଳାଳି ରୋଜର ଫେଡେରରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।
ଜୋକଭିକ ଗତବର୍ଷ 3 ଫେବ୍ରୁଆରୀରେ ATP ମାନ୍ୟତାର ଶୀର୍ଷ 10 ସ୍ଥାନ ମଧ୍ୟରେ ପହଞ୍ଚିଥିଲେ ଓ ସେବେଠାରୁ ନମ୍ବର 1 ରହିଛନ୍ତି । ଏହାପୂର୍ବରୁ ଜୁଲାଇ 2014ରେ ନଭେମ୍ବର 2016 ପର୍ଯ୍ୟନ୍ତ ନମ୍ବର -1 ରହିଥିଲେ । ଜୋକଭିକଙ୍କ ଏବେ 12030 ପଏଣ୍ଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ