ନ୍ୟୁୟର୍କ: ଚଳିତ ୟୁଏସ ଓପନର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି 2018 ଚମ୍ପିଆନ ନାଓମି ଓସାକା । ଗୁରୁବାର(10 ସେପ୍ଟେମ୍ବର)ରେ ସେମିଫାଇନାଲ ମୁକାବିଲାରେ ଆମେରିକାର ଜେନ୍ନିଫାୟର ବ୍ରେଡିଙ୍କ ସହ ନାଓମିଙ୍କ କଡା ଟକ୍କର ଦେଖିବାକୁ ମିଳିଥିଲା ।
![Naomi Osaka beat Jennifer Brady to reach the US Open final](https://etvbharatimages.akamaized.net/etvbharat/prod-images/8763481_osaka.jpg)
ପ୍ରଥମ ସେଟରେ 7-6(1)ରେ ଜିତିବା ପରେ ନାଓମି ଦ୍ବିତୀୟ ସେଟରେ 3-6ରେ ପରାସ୍ତ ହୋଇଥିଲା । ତେବେ 3ୟ ସେଟ୍ ରେ 6-3ରେ ବିଜୟ ସହ ଫାଇନାଲ ଟିକେଟ ହାତେଇଥିଲେ ନାଓମି ।
![Naomi Osaka beat Jennifer Brady to reach the US Open final](https://etvbharatimages.akamaized.net/etvbharat/prod-images/8763481_naomi-osaka.jpg)
ଫାଇନାଲ ତଥା ଟାଇଟେଲ ଲଢେଇରେ ଭିକ୍ଟୋରିଆ ଆଜରିଙ୍କାଙ୍କୁ ଭେଟିବେ ନାଓମି ଓସାକା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ