ପ୍ୟାରିସ୍: 12 ଥର ଚାମ୍ପିଅନ୍ ନାଡାଲଙ୍କୁ ଫ୍ରେଞ୍ଚ ଓପନର କ୍ବାଟର ଫାଇନାଲରେ ଇଟାଲୀର 19 ବର୍ଷିୟ ଜାନିକ୍ ସିନାର ଭେଟିଥିଲେ । ନାଡାଲ 7-6 (4), 6-4, 6-1 ମ୍ୟାଚରେ ବିଜୟ ପାଇ 13ତମ ଫ୍ରେଞ୍ଚ ଓପନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲକୁ ପ୍ରବେଶ କରିଛନ୍ତି ।
ସ୍ଥାନୀୟ ସମୟ ରାତି ପ୍ରାୟ 1.30ରେ ମ୍ୟାଚ୍ ଶେଷ ହୋଇଥିଲା । ସେହିପରି ଅନ୍ୟ ଏକ କ୍ବାର୍ଟର ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନାର ସ୍ବାର୍ଟଜମେନ୍ ୟୁଏସ୍ ଓପନ୍ ଚାମ୍ପିଅନ୍ ତଥା ଦୁଇଥର ରନର୍ ଅପ୍ ଡୋମିନିକ୍ ଥିମ୍ 7-6 (1), 5-7, 6-7 (6)କୁ ପାଞ୍ଚ ସେଟରେ ପରାସ୍ତ କରିଛନ୍ତି ।
ଏଥର ଫ୍ରେଞ୍ଚ ଓପନର ସମସ୍ତ ମ୍ୟାଚ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଛି । କାରଣ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଆଲୋକ ବ୍ୟବହାର କରାଯାଉଛି । ମ୍ୟାଚ୍ ପରେ ନାଡାଲ କହିଛନ୍ତି, ନିଶ୍ଚିତ ଭାବେ ସକାଳ 1.30 ରେ ମ୍ୟାଚ୍ ବନ୍ଦ ହେବା ଏକ ଆଦର୍ଶ ପରିସ୍ଥିତି ନୁହେଁ । ଏଠାରେ ବହୁତ ଥଣ୍ଡା । ସତ କହିବାକୁ ଗଲେ ଟେନିସ୍ ଖେଳିବା ପାଇଁ ପାଗ ଅତ୍ୟଧିକ ଥଣ୍ଡା ଅଟେ । ଏପରି ପରିସ୍ଥିତିରେ ଖେଳିବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ସ୍ଥାନୀୟ ସମୟ ରାତି 10:30 ରେ ମ୍ୟାଚ୍ ଆରମ୍ଭ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ