ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ଚଳିତ ମେଲବୋର୍ଣ୍ଣ ସମର ସେଟ୍(Melbourne Summer Set)ର ଫାଇନାଲରେ ରାଫେଲ ନାଦାଲ । ଫିନଲାଣ୍ଡର ଏମିଲ ରୁସୁଭୁରିଙ୍କୁ ହରାଇ ଶନିବାର ଫାଇନାଲରେ ପ୍ରବେଶ କରିଛନ୍ତି ।
୬-୪, ୭-୫ ସେଟ୍ରେ ବିଜୟୀ ହେବାସହ ନାଦାଲ ଫାଇନାଲ ଟିକେଟ ହାତେଇଛନ୍ତି । ଏହି ମ୍ୟାଚ୍ ଏକଘଣ୍ଟା ୫୬ ମିନିଟ ଧରି ଖେଳାଯାଇଥିଲା । ମେଲବୋର୍ଣ୍ଣରେ ୮୯ତମ ସିଙ୍ଗଲ୍ସ ଟାଇଟେଲ ଲକ୍ଷ୍ୟରେ ଥିବା ନାଦାଲ ଫାଇନାଲରେ ଆମେରିକୀୟ ମାକ୍ସିମ କ୍ରେସିଙ୍କୁ ଭେଟିବେ ।
ଏହାମଧ୍ୟ ପଢନ୍ତୁ: 3rd test: କେପଟାଉନ୍ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ
ପୂର୍ବରୁ ମାକ୍ସିମେ କ୍ରେସି ମେଲବୋର୍ଣ୍ଣ ସମର ସେଟରେ ନିଜର ବିଜୟୀ ପ୍ରଦର୍ଶନ ଜାରି ରଖିଛନ୍ତି । ୨୪ ବର୍ଷୀୟ ଯୁବ ଖେଳାଳି, ପୂର୍ବତନ ବିଶ୍ବ ନମ୍ବର ୩ ଗ୍ରିଗର ଡିମିଟ୍ରୋଭଙ୍କୁ ୭-୫, ୭-୬(୯)ସେଟ୍ରେ ହରାଇ ପ୍ରଥମ ଥର ATP ଟୁର୍ ଫାଇନାଲରେ ପହଞ୍ଚିଛନ୍ତି ।
ANI