ଲଣ୍ଡନ: ଚଳିତ ୱିମ୍ବଲଡନ ଚମ୍ପିଆନସିପରେ ଶୁକ୍ରବାର ଇତିହାସ ରଚିଛନ୍ତି ମାଟ୍ଟେଓ ବେରେଟିନି । ପ୍ରଥମ ଇଟାଲି ଖେଳାଳି ଭାବେ ୱିମ୍ବଲଡନ ଏକକ ଫାଇନାଲରେ ପ୍ରବେଶ କରିଛନ୍ତି ମାଟ୍ଟେଓ । ସେମିଫାଇନାଲ ମୁକାବିଲାରେ ପୋଲାଣ୍ଡର ହବାର୍ଟ ହରକେଜଙ୍କୁ 6-3, 6-0, 6-7(3), 6-4 ସେଟ୍ରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
ହରକେଜ 30 ବର୍ଷୀୟ ରୋଜ ଫେଡେରରଙ୍କୁ ହରାଇ ବୁଧବାର ସେମିଫାଇନାଲରେ ପ୍ରବେଶ କରିଥିଲେ । ମାତ୍ର ପୋଲିସ ଖେଳାଳି ବିଜୟଯାତ୍ରାକୁ ଆଗକୁ ନେବାରେ ବିଫଳ ହେବା ସହ ସେମିରେ ସନ୍ତୁଷ୍ଟ ହୋଇଛନ୍ତି ।
ବେରେଟିନି 6-3, 6-0ରେ ଆଗୁଆ ରହିବା ସହ ଏକତରଫା ବିଜୟ ଆଡକୁ ଅଗ୍ରସର ହୋଇଥିଲେ । ମାତ୍ର ହରକେଜ ତୃତୀୟ ସେଟ୍ରେ ସାମାନ୍ୟ କଡା ଟକ୍କର ଦେଇଥିଲେ । ଏହା ସତ୍ତ୍ବେ 6-3, 6-0, 6-7(3), 6-4 ସେଟ୍ରେ ବିଜୟୀ ହୋଇଥିଲେ ବେରେଟିନି ।
ବିଶ୍ବ ନମ୍ବର 1 ନୋଭାକ ଜୋକଭିକ ଓ ଡେନିସ ସାପୋଭାଲୋଭଙ୍କ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମୁକାବିଲାର ବିଜେତାଙ୍କ ସହିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳିବେ ମାଟ୍ଟେଓ ବେରେଟିନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ