ETV Bharat / sports

ମନିକା ବାତ୍ରାଙ୍କୁ ମ୍ୟାଚ ଫିକ୍ସିଂ କରିବାକୁ କହିଲେ ଜାତୀୟ କୋଚ୍ ! - table tennis coach involved in match fixing

ଟୋକିଓ ଅଲମ୍ପିକ କ୍ବାଲିଫାୟର ମ୍ୟାଚ୍ ସମୟରେ ଜାତୀୟ କୋଚ ସୌମ୍ୟଦୀପ ରୟ୍ ମନିକାଙ୍କୁ ମ୍ୟାଚ ଫିକ୍ସିଂ କରିବାକୁ ପ୍ରବର୍ତ୍ତାଇଥିଲେ । ଭାରତୀୟ ଟେବୁଲ ଟେନିସ ପକ୍ଷରୁ ମନିକାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଅଧିକ ପଢ଼ନ୍ତୁ...

ମନିକା ବାତ୍ରାଙ୍କୁ ମ୍ୟାଚ ଫିକ୍ସିଂ କରିବାକୁ କହିଲେ ଜାତୀୟ କୋଚ୍ !

author img

By

Published : Sep 4, 2021, 8:32 AM IST

ନୂଆଦିଲ୍ଲୀ: ଜାତୀୟ ଟେବୁଲ ଟେନିସ କୋଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭାରତୀୟ ସଟଲର ମନିକା ବାତ୍ରା । ଟୋକିଓ ଅଲମ୍ପିକ କ୍ବାଲିଫାୟର ମ୍ୟାଚ୍ ସମୟରେ ଜାତୀୟ କୋଚ ସୌମ୍ୟଦୀପ ରୟ୍ ମନିକାଙ୍କୁ ମ୍ୟାଚ ଫିକ୍ସିଂ କରିବାକୁ ମତାଉଥିଲେ । ଏଥିପାଇଁ ଟୋକିଓ ଅଲମ୍ପିକ ସମୟରେ ଜାତୀୟ କୋଚଙ୍କ ସହାୟତା ନେବାକୁ ମନିକା ମନା କରିଦେଇଥିଲେ । ଏହାକୁ ନେଇ ଖୋଦ ମନିକା ଶୁକ୍ରବାର ଖୁଲାସା କରିଛନ୍ତି ।

ଟୋକିଓ ଅଲମ୍ପିକ ଗେମ୍ସ ବେଳେ ଜାତୀୟ କୋଚ୍ ସୌମ୍ୟଦୀପ ରୟଙ୍କ ସହାୟତା ନେବାକୁ ମନା କରି ଦେଇଥିଲେ । ଟେବୁଲ ଟେନିସର ଏକକ ବର୍ଗରେ ମନିକା ବାତ୍ରା ଫେଲ ମାରିବା ପରେ ଏହାକୁ ନେଇ ଭାରତୀୟ ଟେବୁଲ ଟେନିସ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ଏହାର ଉତ୍ତର ଦେଇ ଭାରତୀୟ ସଟଲର ମନିକା ବାତ୍ରା ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଏଥିପାଇଁ ମନିକା ନିଜ ମ୍ୟାଚ ଉପରେ ମଧ୍ୟ ଫୋକସ କରି ପାରିନଥିଲେ ବୋଲି କହିଛନ୍ତି । ଏହାକୁ ନେଇ ଭାରତୀୟ ଟେବୁଲ ଟେନିସ ଫେଡେରେସନରର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.