ପାଣାଜୀ: ରାଜନୀତି କରିବେ ଭାରତୀୟ ଟେନିସ ଷ୍ଟାର ଓ ଅଲମ୍ପିକ୍ ପଦକ ବିଜେତା ଲିଆଣ୍ଡର ପେସ୍ । ଏଥିପାଇଁ ତୃଣମୃଳ କଂଗ୍ରେସ ପାର୍ଟିକୁ(TMC) ଚୟନ କରିଛନ୍ତି ଭେଟେରାନ ଟେନିସ୍ ଖେଳାଳି ଲିଆଣ୍ଡର । ଗୋଆରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ତୃଣମୂଳ କଂଗ୍ରେସ ପାର୍ଟିରେ ସେ ସାମିଲ ହୋଇଛନ୍ତି ।
-
We are extremely delighted to share that Shri @Leander joined us today in the presence of our Hon'ble Chairperson @MamataOfficial!
— All India Trinamool Congress (@AITCofficial) October 29, 2021 " class="align-text-top noRightClick twitterSection" data="
Together, we shall ensure that every single person in this nation sees the Dawn of Democracy that we have been waiting for since 2014!
">We are extremely delighted to share that Shri @Leander joined us today in the presence of our Hon'ble Chairperson @MamataOfficial!
— All India Trinamool Congress (@AITCofficial) October 29, 2021
Together, we shall ensure that every single person in this nation sees the Dawn of Democracy that we have been waiting for since 2014!We are extremely delighted to share that Shri @Leander joined us today in the presence of our Hon'ble Chairperson @MamataOfficial!
— All India Trinamool Congress (@AITCofficial) October 29, 2021
Together, we shall ensure that every single person in this nation sees the Dawn of Democracy that we have been waiting for since 2014!
ତୃଣମୂଳ କଂଗ୍ରେସରେ ସାମିଲ ହେବାପରେ ଲିଆଣ୍ଡର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, " ମୁଁ ଗୋଆରେ ରହୁଛି, ସେଥିପାଇଁ ଗୋଆ ମୋ'ର ଘର । ମୁଁ ବେଙ୍ଗଲରେ ଜନ୍ମ ହୋଇଛି, କିନ୍ତୁ ସର୍ବୋପରି ମୁଁ ଜଣେ ଦେଶପ୍ରେମୀ ଭାରତୀୟ । ବେଙ୍ଗଲ ହେଉ କିମ୍ବା ଗୋଆ, କିମ୍ବା ୱିମ୍ବଲଡନ୍ରେ ଖେଳିବା ହେଉ, ମୋ ପାଇଁ କେବଳ ଭାରତକୁ ଗର୍ବିତ କରାଇବା ହିଁ ମୁଖ୍ୟ ଲକ୍ଷ୍ୟ ରଖେ ।" ତେବେ ସେ ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଲଢିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇଯାଇଥିଲେ । ପେସ୍ କୋଲକାତାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ପିତା ଜଣେ ମୂଳଗୋଆ ନିବାସୀ ।
ପେସ୍ ଆହୁରି ମଧ୍ୟ କହିଛନ୍ତି, ଭାରତ ହେଉଛି ବିଶ୍ବର ସର୍ବବୃହତ ଗଣତନ୍ତ୍ର । ଦିଦିଙ୍କ ବିଚରଧାରା ଓ ଲକ୍ଷ୍ୟ ଏକ ସଫଳତମ ଦେଶ ଗଠନର ରହିଛି । ଦିଦି ଦେଶର କ୍ରୀଡାମନ୍ତ୍ରୀ ଥିବାସମୟରେ ସେ ମାତ୍ର ୧୪ ବର୍ଷ ବୟସର ଥିଲେ ବୋଲି କହିଛନ୍ତି । ଟେନିସ କ୍ୟାରିୟରରେ ଦିଦି ଆରମ୍ଭରୁ ସମସ୍ତ ସହଯୋଗ କରିଆସିଛନ୍ତି । ଦେଶ ପାଇଁ ଟେନିସ ଖେଳିବାକୁ ଚାହୁଁଥିବା ଦର୍ଶାଇ ସେ ଏବଂ ତାଙ୍କର ବାପା ଯେତେବେଳେ ଦିଦିଙ୍କ ପାଖରେ ସହଯୋଗ କରିଥିଲେ, ସେବେଠାରୁ ସମସ୍ତ ସମର୍ଥନ ଯୋଗାଇଦେଇଥିଲେ ଦିଦି(ତତ୍କାଳୀନ କ୍ରୀଡାମନ୍ତ୍ରୀ ମମତା ବାନାର୍ଜୀ) ।
ପେସ୍ କହିଛନ୍ତି, "ମୋ ପାଇଁ ଗଣତନ୍ତ୍ର ବିଶେଷ ମହତ୍ବ ରଖେ, ଜାତି, ବର୍ଣ୍ଣ, ଧର୍ମ କିମ୍ବା ସଂସ୍କୃତି ନୁହେଁ ।" ଏହା ଏକ ଗଣତାନ୍ତ୍ରିକ ଦେଶ ଓ ବିକାଶ ଆଡକୁ ଦ୍ରୁତବେଗରେ ଗତି କରୁଥିବା ବିଶ୍ବର ସର୍ବବୃହତ ଗଣତନ୍ତ୍ରର ଦେଶ । ମୁଁ ଏହାର ମାତ୍ର ଏକ ଅଂଶ ହେବାକୁ ଚାହେଁ ଓ ଯଥାସାଧ୍ୟ ସମ୍ଭବ ନିଜର ଯୋଗଦାନ କରିବାକୁ ଚାହେଁ ।" ଅନ୍ୟପଟେ ମମତା ମଧ୍ୟ ଲିଆଣ୍ଡର ପେସ୍ ଦଳରେ ସାମିଲ ହେବାପରେ ଖୁସିବ୍ୟକ୍ତ କରିଛନ୍ତି ଓ କହିଛନ୍ତି ସେ ମୋର ଜଣେ ସାନ ଭାଇ ପରି । ଦେଶର କ୍ରୀଡାମନ୍ତ୍ରୀ ଥିବା ସମୟରୁ ମୁଁ ତାଙ୍କୁ(ପେସ୍) ଜାଣିଛି ।
"ଲିଆଣ୍ଡର ବହୁତ ଛୋଟ ଥିଲେ, ମାତ୍ର କାରଣ ଖେଳ ପାଇଁ ସେ ମୋ ପାଖକୁ ଆସୁଥିଲେ । ବହୁତ ଖୁସି ଯେ, ତୃଣମୂଳ କଂଗ୍ରେସରେ ଅନେକ ଯୁବକ ଭାଇ ସାମିଲ ହେଉଛନ୍ତି । ଏହା ଯୁବପିଢିଙ୍କୁ ଉତ୍ସାହିତ କରିବ ।" ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୦୨୨ରେ ଗୋଆରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଚଳାଇଛି TMC । ଦିଦିଙ୍କ TMC ରାଜ୍ୟରେ ନିର୍ବାଚନ ଲଢିବାକୁ ସଙ୍କେତ ଦେଇସାରିଛି ଓ ଯୁବ କ୍ରୀଡାବିତ୍ ଓ ପ୍ରତିଷ୍ଠିତ ଚେହେରାଙ୍କୁ ଦଳରେ ସାମିଲ କରି ଶକ୍ତି ସଂଗ୍ରହରେ ଲାଗିପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ