ETV Bharat / sports

ଲିଆଣ୍ଡର ପେସଙ୍କ ସନ୍ୟାସ ଘୋଷାଣା, 2020ରେ ନେବେ ଟେନିସରୁ ବିଦାୟ

7ଥର ଭାରତ ପକ୍ଷରୁ ଅଲମ୍ପିକରେ ପ୍ରତିନିଧିତ୍ବ କରିଥିବା ପ୍ରଥମ ଓ ଏକମାତ୍ର ଭାରତୀୟ ଲିଆଣ୍ଡର ପେସଙ୍କ ସନ୍ୟାସ ଘୋଷଣା । ସୋସିଆଲ ମିଡିଆରେ ସନ୍ୟାସର ଘୋଷଣା କରିଛନ୍ତି ପେସ୍‌ ।

author img

By

Published : Dec 26, 2019, 10:16 AM IST

leander paes
leander paes

ନୂଆଦିଲ୍ଲୀ: ଭାରତର ମହାନ୍‌ ଟେନିସ ପ୍ଲେୟାର ଲିଆଣ୍ଡର ପେସ୍‌ ବୁଧବାର ଦିନ କ୍ରିସମାସର ଅଭିନନ୍ଦନ ଜଣାଇବା ସହ ସନ୍ୟାସର ଘୋଷଣା କରିଛନ୍ତି । ବୁଧବାର ଦିନ ସେ କହିଛନ୍ତି ଯେ, ଆଗାମୀ ବର୍ଷ ସେ ଖେଳରୁ ସନ୍ୟାସ ନେବେ । 46ବର୍ଷୀୟ ପେସ ସୋସିଆଲ ମିଡିଆରେ କ୍ରିସମାସର ଶୁଭେଚ୍ଛା ସହ ନିଜର ସନ୍ୟାସର ସୂଚନା ଦେଇଛନ୍ତି ।

leander paes
ପେସଙ୍କ ଟ୍ବିଟ

ସେ ନିଜର ଟ୍ବିଟରରେ ଲେଖିଛନ୍ତି ଯେ, ଆପଣମାନଙ୍କୁ କ୍ରିସମାସର ଶୁଭେଚ୍ଛା । 2020ରେ ପେଶାଦାର ଟେନିସ ଖେଳାଳି ଭାବେ ମୋର ଶେଷ ବର୍ଷ । ମୋତେ 2020ର ଟେନିସ କ୍ୟାଲେଣ୍ଡର ଅପେକ୍ଷା ଅଛି । ମୁଁ ବଛା ବଛା ଟୁର୍ଣ୍ଣାମେଣ୍ଟ ଖେଳିବି । ଟିମ ସହ ଯାତ୍ରା କରିବି ଓ ବିଶ୍ବ ସାରା ନିଜର ବନ୍ଧୁ ଓ ପ୍ରଶଂସକଙ୍କ ସହ ସେଲିବ୍ରେଟ କରିବି । ଆପଣମାନଙ୍କ ଯୋଗୁଁ ମୁଁ ଏହି ସ୍ତରରେ ପହଞ୍ଚିଛି । ମୁଁ ଏହି ବର୍ଷ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।
ଏଥିସହ ପେସ ନିଜର ପ୍ରଶଂସକଙ୍କୁ କହିଛନ୍ତି ଯୋ, ମୋ ସହ ଜଡିତ ସ୍ମୃତିକୁ ସେୟାର କରିବ । ଯାହାର ହ୍ୟାସଟ୍ୟାଗ ରହିବ #onelastroar ।

ଲିଆଣ୍ଡର 1991ରେ ନିଜର ପେଶାଦାର କ୍ୟାରିଅରର ଆରମ୍ଭ କରିଥିଲେ । 2020ରେ ଟେନିସ କ୍ୟାରିଅରକୁ 30ବର୍ଷ ପୂରଣ ହେବ । ସେ 18ଥର ଗ୍ରାଣ୍ଡ ସ୍ଲାମର ଟାଇଟାଲ ହାସଲ କରିଛନ୍ତି । ସେଥିରେ 8ଥର ପୁରୁଷ ଯୁଗଳ ବର୍ଗରେ ଓ 10ଥର ମିଶ୍ରିତ ଯୁଗଳ ବର୍ଗରେ ଟାଇଟାଲ ଜିତିଛନ୍ତି । 1996ରେ ଏଣ୍ଟଲାଣ୍ଟ ଅଲମ୍ପିକରେ ପୁରୁଷ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ । ଏଥିସହ ସେ 7ଥର ଭାରତ ପକ୍ଷରୁ ଅଲମ୍ପିକରେ ପ୍ରତିନିଧିତ୍ବ କରିଥିବା ପ୍ରଥମ ଓ ଏକମାତ୍ର ଭାରତୀୟ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.