ନୂଆଦିଲ୍ଲୀ: ଭାରତରେ ମହିଳା ଆଥଲେଟଙ୍କ ଗ୍ରହଣୀୟତାକୁ ନେଇ ଟେନିସ ତାରକା ସାନିଆ ମୀର୍ଜାଙ୍କ ବଡ ବୟାନ । ସାନିଆ କହିଛନ୍ତି ମହିଳା କ୍ରୀଡାବିତଙ୍କୁ ଗ୍ରହଣ କରିବାକୁ ଭାରତ ପ୍ରସ୍ତୁତ ହୋଇସାରିଛି । ତେବେ ଏବେବି ଅଧିକ ସମୟ ଓ ଆଗାମୀ ପିଢିର ଆବଶ୍ୟକତା ରହିଛି ଯେବେ, ଜଣେ ଭାରତୀୟ ମହିଳା କ୍ରୀଡାକୁ କ୍ୟାରିୟର ଭାବେ ଗ୍ରହଣ ବିନାବାଧାରେ ଗ୍ରହଣ କରିପାରିବ ।
ସେଥିପାଇଁ ପରିବାରରେ ପିତାମାତାଙ୍କ ଭୁମିକା ଓ ମହିଳା ଖେଳାଳିଙ୍କ ପ୍ରତି କୋଚଙ୍କ ମାନସିକତାରେ ବିଶେଷ ପରିବର୍ତ୍ତନ ହେବା ଜରୁରୀ ବୋଲି କହିଛନ୍ତି ସାନିଆ । 15ରୁ 16 ବର୍ଷ ବୟସ ମଧ୍ୟରେ ଅନେକ ମହିଳା ପ୍ରତିଭା ସାଂସ୍କୃତିକ କଟକଣା ଓ ସମାଜର ସମାଲୋଚନା ପାଇଁ ଅଧାରୁ ଖେଳ ଛାଡିଦିଅନ୍ତି । ତେବେ ଧୀରେଧୀରେ ସମୟ ବଦଳୁଛି ଓ ମାସସିକତାର ମଧ୍ୟ ପରିବର୍ତ୍ତନା ହେଉଛି ।
କ୍ରିକେଟକୁ ଛାଡି ଅନ୍ୟକ୍ରୀଡାରେ ମଧ୍ୟ ଅନେକ ସଫଳ ଭାରତୀୟ ମହିଳା କ୍ରୀଡାବିତ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରମାଣିତ କରି ସମ୍ମାନର ଅଧିକାରୀ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଲମ୍ପିକ ମେଡାଲ ବିଜେତା ପିଭି ସିନ୍ଧୁ, ସାଇନା ନେହୱାଲ, 6ଥର ବକ୍ସିଂ ବିଶ୍ବ ଚମ୍ପିଆନ ଏମସି ମେରୀ କମ, ଏସିଆଲ ଗେମସ ଚମ୍ପିଆନ କୁସ୍ତିଯୋଦ୍ଧା ବିନେଶ ଫୋଗାଟ ଓ ପୂର୍ବତନ ବିଶ୍ବ ଭାରଉତ୍ତୋଳନ ଚମ୍ପିଆନ ଭାରଉତ୍ତୋନକାରୀ ମୀରାବାଇ ଚାନୁ ରହିଛନ୍ତି । ତେବେ ମହିଳାମାନେ କ୍ରୀଡାକ୍ଷେତ୍ରରେ ଏବେବି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି 6ଥର ଗ୍ରାଣ୍ଡସ୍ଳାମ ବିଜୟିନୀ ସାନିଆ ମୀର୍ଜା ।