ETV Bharat / sports

ଟେନିସ ତାରକା ଗ୍ରିଗର ଡିମିଟ୍ରୋଭ କୋରୋନା ପଜିଟିଭ ଚିହ୍ନଟ - ନୋବାକ ଜୋକଭିକ ଫାଉଣ୍ଡେସନ

ବିଶ୍ବ ଟେନିସ ମାନ୍ୟତାର 19 ନଂ ଖେଳାଳି ଗ୍ରିଗର ଡିମିଟ୍ରୋଭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୋବାକ ଜୋକଭିକ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ଟେନିସ ଟୁର୍ଣ୍ଣାମେଣ୍ଟ ଆଦ୍ରିଆ ଟୁରରେ ଡିମିଟ୍ରୋଭ ଭାଗ ନେଇଥିଲେ ।

Grigor Dimitrov tests positive for coronavirus at Adria tournament
ଟେନିସ ତାରକା ଗ୍ରିଗର ଡିମିଟ୍ରୋଭ କୋରୋନା ପଜିଟିଭ ଚିହ୍ନଟ
author img

By

Published : Jun 22, 2020, 10:24 AM IST

ଜଦର: ବିଶ୍ବ ଟେନିସ ମାନ୍ୟତାର 19 ନଂ ଖେଳାଳି ଗ୍ରିଗର ଡିମିଟ୍ରୋଭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୋବାକ ଜୋକଭିକ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ଟେନିସ ଟୁର୍ଣ୍ଣାମେଣ୍ଟ ଆଦ୍ରିଆ ଟୁରରେ ଡିମିଟ୍ରୋଭ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଫେରିବା ପରେ ତାଙ୍କର ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।

Grigor Dimitrov tests positive for coronavirus at Adria tournament
ନୋବାକ ଜୋକଭିକ

ଏନେଇ ନିଜ ଇନଷ୍ଟାଗ୍ରାମ ପେଜରେ ସାଥୀ ଖେଳାଳି, ପ୍ରଶଂସକ ଉଦ୍ଦେଶ୍ୟରେ ସୂଚନା ଦେଇଛନ୍ତି ଡିମିଟ୍ରୋଭ । ଏଥିସହିତ ଆଦ୍ରିଆ ଟୁର ସମୟରେ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ-19 ପରୀକ୍ଷା କରାଇନେବାକୁ ସେ ଅପିଲ କରିଛନ୍ତି । ଅନ୍ୟମାନଙ୍କ ପ୍ରତି ସେ ବିପଦ ହୋଇଥିବାରୁ ଦୁଃଖ ପ୍ରକାଶ କରିବା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଛି । 17ଥର ଗ୍ରାଣ୍ଡସ୍ଲାମ ବିଜେତା ନୋବାକ ଜୋକଭିକ ଆଦ୍ରିଆ ଟୁର ଟେନିସ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲେ ।

ଅନ୍ୟପଟେ ବିଶ୍ବ ଟେନିସ ମାନ୍ୟତାର ଏକ ନମ୍ବର ଖେଳାଳି ନୋବାକ ଜୋକଭିକ ଆଦ୍ରିଆ ଟୁର ଫାଇନାଲରେ ପ୍ରବେଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.