ETV Bharat / sports

ଫ୍ରେଞ୍ଚ ଓପନ: ଚତୁର୍ଥ ରାଉଣ୍ଡରେ ବିଶ୍ବ ନଂ1 ଜୋକଭିକ

author img

By

Published : Jun 5, 2021, 8:02 PM IST

ଚଳିତ ଫ୍ରେଞ୍ଚ ଓପନର ଚତୁର୍ଥ ରାଉଣ୍ଡରେ ଶନିବାର ପ୍ରବେଶ କରିଛନ୍ତି ବିଶ୍ବ ଟେନିସ ମାନ୍ୟତାର ନମ୍ବର 1 ଖେଳାଳି ନୋବାକ ଜୋକୋଭିକ । ଅଧିକ ପଢନ୍ତୁ...

French Open: World number one Djokovic marches into fourth round
ଫ୍ରେଞ୍ଚ ଓପନ: ଚତୁର୍ଥ ରାଉଣ୍ଡରେ ବିଶ୍ବ ନଂ1 ଜୋକଭିକ

ଫ୍ରେଞ୍ଚ ଓପନ: ଚଳିତ ଫ୍ରେଞ୍ଚ ଓପନର ଚତୁର୍ଥ ରାଉଣ୍ଡରେ ଶନିବାର ପ୍ରବେଶ କରିଛନ୍ତି ବିଶ୍ବ ଟେନିସ ମାନ୍ୟତାର ନମ୍ବର 1 ଖେଳାଳି ନୋବାକ ଜୋକୋଭିକ । ତୃତୀୟ ରାଉଣ୍ଡ ମ୍ୟାଚରେ ଲିଥୁଆନିଆର ରିଚାର୍ଡ ବେରାଙ୍କିସଙ୍କୁ 6-1,6-4,6-1 ସେଟ୍‌ରେ ହରାଇ ଜୋକଭିକ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ସର୍ବିଆ ଟେନିସ ଷ୍ଟାର ଜୋକଭିକ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମ ସେଟ୍‌କୁ ଏକତରଫା ଜିତିବା ପରେ ପରବର୍ତ୍ତୀ ଦୁଇଟି ସେଟ୍‌ରେ ମଧ୍ୟ ସହଜ ବିଜୟ ହାସଲ କରିଥିଲେ ।

34 ବର୍ଷୀୟ ଜୋକଭିକ ଆକ୍ରମଣାତ୍ମକ ରଣନୀତି ଆପଣାଇବା ସହ ପ୍ରତିପକ୍ଷ ଖେଳାଳିଙ୍କୁ କମବ୍ୟାକ୍‌ କରିବାକୁ କୌଣସି ସୁଯୋଗ ଦେଇନଥିଲେ ।

ପୂର୍ବରୁ ଦ୍ବିତୀୟ ରାଉଣ୍ଡରେ ଆର୍ଜେଣ୍ଟିନାର ପବଲୋ କୁଏଭାସଙ୍କୁ 6-3,6-2,6-4 ସେଟ୍‌ରେ ହରାଇଥିଲେ ଜୋକଭିକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.