ପ୍ୟାରିସ: ଫ୍ରେଞ୍ଚ୍ ଓପନରୁ ବାଦ ପଡିଲେ ଦୁଇ ଥରର ରନର୍ସ ଅପ ଡୋମିନିକ ଥିମ । ପ୍ରଥମ ରାଉଣ୍ଡରେ ସ୍ପେନର ପାବଲୋ ଆନ୍ଦୁଜରଙ୍କ ଠାରୁ 4-6,5-7,6-3,6-4,6-4 ସେଟ୍ରେ ହାରିବା ସହ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛନ୍ତି । ଫଳରେ ରବିବାର କ୍ଲେକୋର୍ଟ ଗ୍ରାଣ୍ଡସ୍ଲାମରେ ଏହା ଅନ୍ୟତମ ବିପର୍ଯ୍ୟୟ ହୋଇଛି ।
ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତ ସହ ଖେଳିଥିଲେ ଆନ୍ଦୁଜର । ପ୍ରଥମ ଓ ଦ୍ବିତୀୟ ସେଟ୍ରେ 6-4 ଓ 7-5ରେ ବିଜୟୀ ହୋଇଥିଲେ ଥିମ । ତେବେ ଏହାପରେ ଆନ୍ଦୁଜର କମବ୍ୟାକ କରିଥିଲେ ଓ ପରବର୍ତ୍ତୀ ଦୁଇଟି ସେଟ୍ରେ ବିଜୟୀ ହୋଇଥିଲେ । ପରେ ନିର୍ଣ୍ଣାୟକ ସେଟ୍ରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ବାଜି ମାରିନେଇଥିଲେ ଆନ୍ଦୁଜର ।
2018 ଓ 2019ରେ ପ୍ୟାରିସ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଞ୍ଚିଥିଲେ ଥିମ । କେବେ ବି ପ୍ରଥମ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇନଥିଲେ । ମାତ୍ର 27 ବର୍ଷୀୟ ଆନ୍ଦୁଜର ଚମତ୍କାର ପ୍ରଦର୍ଶନ କରିବା ସହ ବଡ ବିପର୍ଯ୍ୟୟ ଘଟାଇ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ