ETV Bharat / sports

ଫ୍ରେଞ୍ଚ ଓପନ: ମିଡିଆ ବୟକଟ ପରେ ଓସାକାଙ୍କୁ 15,000 ଡଲାର ଜୋରିମାନା

author img

By

Published : May 30, 2021, 10:53 PM IST

ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀକୁ ବୟକଟ କରିବା ଜାପାନର ନାଓମି ଓସାକାଙ୍କୁ ପଡିପାରେ ମହଙ୍ଗା । ଅଧିକ ପଢନ୍ତୁ...

French Open: Naomi Osaka fined $15,000 for media boycott
ଫ୍ରେଞ୍ଚ ଓପନ: ମିଡିଆ ବୟକଟ ପରେ ଓସାକାଙ୍କୁ 15,000 ଡଲାର ଜୋରିମାନା

ପ୍ୟାରିସ: ଜାପାନର ନାଓମି ଓସାକାଙ୍କୁ ମହଙ୍ଗା ପଡିପାରେ ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀକୁ ବୟକଟ କରିବା । ଅନ୍ୟ ମ୍ୟାଚ ଗୁଡିକରେ ଏପରି ଆଚରଣ ଜାରି ରଖିଲେ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ଆଶଙ୍କା ମଧ୍ୟ ରହିଛି । ଏନେଇ ରବିବାର ଗ୍ରାଣ୍ଡ ସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ବୋର୍ଡ ଚେତାବନୀ ଦେଇଛି ।

ଫ୍ରେଞ୍ଚ ଓପନ 2021ର ପ୍ରଥମ ରାଉଣ୍ଡ ମ୍ୟାଚ ଜିତିବା ପରେ ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀକୁ ଏଡାଇଯାଇଥିଲେ ଓସାକା । ସେଥିପାଇଁ ତାଙ୍କୁ 15,000 ଡଲାର ଜୋରିମାନା ହୋଇଛି । ଯଦି ବାରମ୍ବାର ଗଣମାଧ୍ୟମକୁ ବୟକଟ କରନ୍ତି ତେବେ ଅନ୍ୟ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ବାସନ୍ଦ ହେବାର ସମ୍ଭାବନା ଥିବା ବୋର୍ଡ ସ୍ପଷ୍ଟ କରିଛି ।

4ଥରର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ଓସାକା ଫ୍ରେଞ୍ଚ ଓପନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବେ ନାହିଁ ବୋଲି ଘୋଷଣା କରିଥିଲେ । ଏହାର କାରଣ ସେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.