ETV Bharat / sports

କୋରୋନା ଭୟ: ଫ୍ରେଞ୍ଚ ଓପନ୍ ସେପ୍ଟେମ୍ବର ଯାଏଁ ସ୍ଥଗିତ - French Open moved to September

ଆଇପିଏଲ, ଚମ୍ପିଆନ୍ସ ଲିଗ୍‌ ପରି ବଡ ବଡ ଟୁର୍ଣ୍ଣାମେଣ୍ଟ ବାତିଲ ହେବା ପରେ ଏବେ ବାତିଲ ହୋଇଛି ଫ୍ରେଞ୍ଚ ଓପନ୍ ।

french-open-moved-to-september-2020
କୋରୋନା ଭୟ: ଫ୍ରେଞ୍ଚ ଓପନ୍ ସେପ୍ଟେମ୍ବର ଯାଏଁ ସ୍ଥଗିତ
author img

By

Published : Mar 17, 2020, 11:17 PM IST

ପ୍ୟାରିସ୍‌: କରୋନା ଭାଇରସ୍ ମହାମାରୀକୁ ନେଇ ଚିନ୍ତା ବଢି ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ବାତିଲ ହେଉଛି କ୍ରୀଡା ଇଭେଣ୍ଟ । ଆଇପିଏଲ, ଚମ୍ପିଆନ୍ସ ଲିଗ୍‌ ପରି ବଡ ବଡ ଟୁର୍ଣ୍ଣାମେଣ୍ଟ ବାତିଲ ହେବା ପରେ ଏବେ ବାତିଲ ହୋଇଛି ଫ୍ରେଞ୍ଚ ଓପନ୍ ।

ଆସନ୍ତା ମେ ରୁ ଆରମ୍ଭ ହେବାକୁ ଥିବା ଏହି ଫ୍ରେଞ୍ଚ ଓପନକୁ ସେପ୍ଟେମ୍ବର 20 କୁ ଘୁଞ୍ଚାଇ ଦିଆଯାଇଛି । ଆୟୋଜକମାନେ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି । ଟ୍ବିଟରେ ଲେଖାଯାଇଛି ଯେ, ଏହା ସେପ୍ଟେମ୍ବର 20ରୁ ଅକ୍ଟୋବର 4 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯଦିଓ 18 ମେ ରେ ପରିସ୍ଥିତି କ’ଣ ହେବ ତାହା କେହି ପୂର୍ବାନୁମାନ କରିବାରେ ସକ୍ଷମ ନୁହଁନ୍ତି । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଆମ ପକ୍ଷେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଅସମ୍ଭବ । ତେଣୁ ଏହାର ତାରିଖକୁ ଘୁଞ୍ଚାଯାଇଛି ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

ଫ୍ରାନ୍ସ ଟେନିସ୍ ଫେଡେରେସନ୍ ସଭାପତି ବର୍ନାର୍ଡ ଜିଆଡିକେଲି କହିଛନ୍ତି, ‘‘ଏହି ଭଳି ପରିସ୍ଥିତିରେ ଆମେ ଏକ କଠିନ ପଦକ୍ଷପ ନେବାକୁ ଉଚିତ୍‌ ମନେ କରିଛୁ ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.