ETV Bharat / sports

19 ବର୍ଷୀୟା ଇଗା ସ୍ବିଆତେକ ଫ୍ରେଞ୍ଚ ଓପନ ଚମ୍ପିଆନ

author img

By

Published : Oct 10, 2020, 10:45 PM IST

ଫ୍ରେଞ୍ଚ ଓପନ ଫାଇନାଲ ମୁକାବିଲାରେ ଆମେରିକାର ସୋଫିଆ କେନିନଙ୍କୁ 6-4, 6-1 ସେଟରେ ହରାଇ ଟାଇଟେଲ ବିଜେତା ହୋଇଛନ୍ତି ଇଗା ସ୍ବିଆତେକ ।

French Open: Iga Swiatek becomes 1st Pole to win Grand Slam singles title
19 ବର୍ଷୀୟା ଇଗା ସ୍ବିଆତେକ ଫ୍ରେଞ୍ଚ ଓପନ ଚମ୍ପିଆନ

ପ୍ୟାରିସ: ଇତିହାସ ରଚିଲେ ଯୁବ ଟେନିସ ଖେଳାଳି ଇଗା ସ୍ବିଆତେକ । ପ୍ରଥମ ପୋଲାଣ୍ଡ ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ ଟାଇଟେଲ ବିଜେତା ହୋଇଛନ୍ତି ସ୍ବିଆତେକ । ଶନିବାର ଫ୍ରେଞ୍ଚ ଓପନ ଫାଇନାଲ ମୁକାବିଲାରେ ଆମେରିକାର ସୋଫିଆ କେନିନଙ୍କୁ 6-4, 6-1 ସେଟରେ ହରାଇ ଟାଇଟେଲ ବିଜେତା ହୋଇଛନ୍ତି ସ୍ବିଆତେକ ।

French Open: Iga Swiatek becomes 1st Pole to win Grand Slam singles title
ଇଗା ସ୍ବିଆତେକ

19 ବର୍ଷୀୟା ପୋଲାଣ୍ଡ ଟେନିସ ଷ୍ଟାର ରୋନାଲ୍ଡ ଗାରୋସ ଟୁର୍ଣ୍ଣାମେଣ୍ଟରେ ଅବିଶ୍ବସନୀୟ ପ୍ରଦର୍ଶନ କରିଛନ୍ତି । ବର୍ଷ 1992 ରେ ମୋନିକା ସିଲିସଙ୍କ ପରେ ସର୍ବକନିଷ୍ଠ ଫ୍ରେଞ୍ଚ ଓପନ ଟାଇଟେଲ ବିଜେତା ହୋଇଛନ୍ତି ଇଗା ସ୍ବିଆତେକ।

ଫାଇନାଲ ମୁକାବିଲାରେ କେନିନଙ୍କ ବିପକ୍ଷରେ ସଂପୂର୍ଣ୍ଣ ପ୍ରଭାବ ବିସ୍ତାର କରିଥିଲେ ଇଗା ସ୍ବିଆତେକ । ଏପରିକି କେନିନଙ୍କୁ ମ୍ୟାଚକୁ ଫେରିବାର ସୁଯୋଗ ଦେଇନଥିଲେ । ଫଳରେ ମ୍ୟାଚରେ ଏକତରଫା ବିଜୟ ସହ ଟାଇଟେଲ ବିଜେତା ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.