ପ୍ୟାରିସ: ଫ୍ରେଞ୍ଚ ଓପନ ଉପରେ କୋରୋନା ଭାଇରସର କଳା ନଜର। କୋରୋନା ସଂକ୍ରମଣ ଯୋଗୁଁ ଫ୍ରେଞ୍ଚ ଓପନ ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। ଏହାକୁ ନେଇ ଫ୍ରେଞ୍ଚ ଟେନିସ ଫେଡେରେସନ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଏହି କ୍ଲେ କୋର୍ଟ ଗ୍ରାଣ୍ଡ ସ୍ଲାମ ମେ' 24 ତାରିଖରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଜୁନ 11 ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଚାଲିଥାଆନ୍ତା।
ଏଣିକି ଫ୍ରେଞ୍ଚ ଓପନ ମେ' 24 ତାରିଖରେ ଆରମ୍ଭ ହୋଇ 28 ତାରିଖ ଯାଏଁ ଚାଲିବ। ଗତ ମାସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏଭଳି ନିଷ୍ପତ୍ତି ନେଇଛି ଫ୍ରେଞ୍ଚ ଟେନିସ ଫେଡେରେସନ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସାଂସ୍କୃତିକ ତଥା କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ଉପରେ କେତେକ ବିଶେଷ କଟକଣା ଜାରି କରାଯାଇଛି।
ମେ' 24 ତାରିଖରେ ଆରମ୍ଭ ହେବାକୁ ଥିବା ଫ୍ରେଞ୍ଚ ଓପନ ଆୟୋଜନରେ କେତେକ ପରିବର୍ତ୍ତନ କରାଯିବ। ଏଥିରେ କେବଳ ସୀମିତ ସଂଖ୍ୟକ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିବ। ମେ' 24 ତାରିଖରୁ କ୍ବାଲିଫାୟିଂ ରାଉଣ୍ଡ ଆରମ୍ଭ ହେବ। ଫ୍ରାନ୍ସର ଶିକ୍ଷା, ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ଫ୍ରେଞ୍ଚ ଟେନିସ ଫେଡେରେସନ ମେ' 24 ତାରିଖରେ ଫ୍ରେଞ୍ଚ ଓପନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ