ହାଇଦ୍ରାବାଦ: ଦେଶରେ କାରଗୁଡ଼ିକର ସୁରକ୍ଷା ମୂଲ୍ୟାୟନ କରୁଥିବା ସଂସ୍ଥା ଭାରତ ନ୍ୟୁ କାର ଆସେସମେଣ୍ଟ ପ୍ରୋଗ୍ରାମ (BNCAP) ଗତ ବର୍ଷ ସ୍କୋଡା କିଲାକ୍କୁ ନେଇ ଯାଞ୍ଚ କରିଥିଲା । ନୂଆବର୍ଷରେ ଏହା ଫଳ ପ୍ରକାଶ ପାଇଛି । ଉଭୟ ବୟସ୍କ ଓ ଶିଶୁ ଯାତ୍ରୀଙ୍କ ସୁରକ୍ଷା ଲାଗି କାରକୁ ପଞ୍ଚ ତାରକା ମୂଲ୍ୟାୟନ ମିଳିଛି । ଏହାସହିତ BNCAP କ୍ରାସ୍ ପରୀକ୍ଷଣରେ କାରଟି ସର୍ବୋତ୍ତମ ପ୍ରଦର୍ଶନକାରୀ ICE ଚାଳିତ SUV ହୋଇପାରିଛି ।
ଭାରତ ଏନସିଏପି ଏହି କାରର ଟପ୍-ସ୍ପେକ୍ କିଲାକ୍ ପ୍ରେଷ୍ଟିଜ ଭାରିଏଣ୍ଟକୁ ପରୀକ୍ଷଣ କରିଥିଲା, କିନ୍ତୁ ଏହି ଫଳ କାରର ସମସ୍ତ ଭାରିଏଣ୍ଟ (କ୍ଲାସିକ୍, ସିଗ୍ନେଚର ଓ ସିଗ୍ନେଚର ପ୍ଲସ୍) ଉପରେ ଲାଗୁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଏଣ୍ଟ୍ରି-ଲେଭଲ୍ କ୍ଲାସିକ୍ ବ୍ୟତୀତ ଅନ୍ୟ ସମସ୍ତ ଟ୍ରିମରେ ଅଟୋମେଟିକ୍ ଟ୍ରାନ୍ସମିଶନ ଅପସନ ପ୍ରଦାନ କରାଯାଇଛି ।
Skoda Kylaq: ସୁରକ୍ଷା ରେଟିଂ
ସ୍କୋଡା କିଲାକ୍କୁ ବୟସ୍କ ବର୍ଗର ଯାତ୍ରୀଙ୍କ ସୁରକ୍ଷା (AOP) ଲାଗି 32 ପଏଣ୍ଟରୁ 30.88 ପଏଣ୍ଟ ମିଳିଛି । ଫ୍ରଣ୍ଟାଲ ଅଫସେଟ୍ ଡିଫର୍ମେବଲ୍ ବ୍ୟାରିଅର ଟେଷ୍ଟରେ କାରଟି 16 ପଏଣ୍ଟରୁ 15.04 ପଏଣ୍ଟ ହାସଲ କରିଛି । ରିପୋର୍ଟ ଅନୁସାରେ, ଡ୍ରାଇଭରର ମୁଣ୍ଡ, ବେକ ଏବଂ ଡାହାଣ ଗୋଡ ଭାଗରେ ଦିଆଯାଇଥିବା ସୁରକ୍ଷା ଭଲ ଥିଲା ବେଳେ ଛାତି କ୍ଷେତ୍ର ପାଇଁ ଏହା ପର୍ଯ୍ୟାପ୍ତ ଥିଲା । ସେହିପରି ଆଗ ଯାତ୍ରୀଙ୍କ ପାଇଁ ମୁଣ୍ଡ, ବେକ, ଛାତି କ୍ଷେତ୍ର ଏବଂ ଗୋଡ ପାଇଁ ସୁରକ୍ଷା ଭଲ ଥିଲା । ସାଇଡ୍ ମୁଭେବଲ୍ ଡିଫର୍ମେବଲ୍ ବ୍ୟାରିଅର ଟେଷ୍ଟରେ କାରଟି 16 ପଏଣ୍ଟରୁ 15.84 ହାସଲ କରିଛି । ଏହି ଟେଷ୍ଟରେ ମୁଣ୍ଡ ଏବଂ ପିଠି ତଳ ଭାଗ ଲାଗି ଭଲ ସୁରକ୍ଷା ଥିବା ବେଳେ ଉପର ଭାଗ ପିଠି ଲାଗି ପର୍ଯ୍ୟାପ୍ତ ସୁରକ୍ଷା ଥିବା ପ୍ରଦର୍ଶନ କରିଥିଲା । ସାଇଡ୍ ପୋଲ୍ ଇମ୍ପାକ୍ଟ ଟେଷ୍ଟରେ ମଧ୍ୟ କାରକୁ ଭଲ ମୂଲ୍ୟାୟନ ମିଳିଛି ।
ଯଦି ଶିଶୁ ଯାତ୍ରୀଙ୍କ ସୁରକ୍ଷା (COP) ସମ୍ପର୍କରେ ଆଲୋଚନା କରିବା ତେବେ କାରକୁ 49 ପଏଣ୍ଟରୁ 45 ପଏଣ୍ଟ ମିଳିଛି । ଡାଇନାମିକ୍ ଟେଷ୍ଟ ଓ CRS ଇନଷ୍ଟଲମେଣ୍ଟ ଆସେସମେଣ୍ଟରେ କାରକୁ ଯଥାକ୍ରମେ ପୂର୍ଣ୍ଣ ମାର୍କ (24/24), (12/12) ମିଳିଛି । ଏହି ପରୀକ୍ଷାରେ 18 ମାସର ଶିଶୁ ଓ 3ବର୍ଷର ଶିଶୁର ଡମିକୁ ବ୍ୟବହାର କରାଯାଇଥିଲା ।
Safety ratings of Skoda-Kylaq.
— Bharat NCAP (@bncapofficial) January 15, 2025
The Skoda- Kylaq has scored 5-Star Safety Ratings in both Adult Occupant Protection (AOP) and Child Occupant Protection (COP) in the latest Bharat NCAP crash tests.#bharatncap #safetyfirst #safetybeyondregulations #morestarssafercars pic.twitter.com/PLyVhEMFcR
Skoda Kylaq: ସୁରକ୍ଷା ଫିଚର
- କହି ରଖୁଛୁ କି, ସ୍କୋଡା କିଲାକ୍ 6ଟି ଏୟାର ବ୍ୟାଗ୍ ସହ ଆସିଛି ।
- ଏଥିରେ ଇଲେକଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ ଓ ପଛ ଆଉଟବୋର୍ଡ ସିଟ୍ ଲାଗି ISOFIX ଆଙ୍କର ଦିଆଯାଇଛି ।
- ଏହାବାଦ ଏହି ସବକମ୍ପାକ୍ଟ ଏସୟୁଭିରେ ଏବିଏସ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍, ସମସ୍ତ ପାଞ୍ଚ ଭାରିଏଣ୍ଟ ପାଇଁ ତିନି ପଏଣ୍ଟ୍ ସିଟ୍ ବେଲ୍ଟ ଏବଂ ଷ୍ଟାଣ୍ଡାର୍ଡ ଭାବରେ ଇଲେକଟ୍ରୋନିକ୍ ଡିଫେରେନସିଆଲ୍ ଲକ୍ ଭଳି ସୁରକ୍ଷା ଫିଚର ରହିଛି ।
- କିନ୍ତୁ Mahindra XUV 3XO ପରି କିଲାକ୍ରେ ADAS ଟେକ୍ ରହିନାହିଁ ।