ମେଲବର୍ଣ୍ଣ(ଅଷ୍ଟ୍ରେଲିଆ): ୟୁଏସ ଓପନ 2021 ଚାମ୍ପିଅନ ଏମ୍ମା ରାଡୁକାନୁ ଚଳିତ ସପ୍ତାହର ଅଷ୍ଟ୍ରେଲିଆ ଓପନ ୱାର୍ମ-ଅପ୍ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଇନ୍ତି । COVID-19 ପଜିଟିଭ ଚିହ୍ନଟ ପରେ ଆଇସୋଲେସନରେ ରହିଥିଲେ ରାଡୁକାନୁ । ସଂକ୍ରିମିତ ଚିହ୍ନଟ ହେବାପରେ ଆବୁଧାବିରେ ଡିସେମ୍ବର ୧୬-୧୮ ଆୟୋଜିତ ପ୍ରତିଯୋଗିତାରୁ ଓହରିଯାଇଥିଲେ ।
ମେଲବର୍ଣ୍ଣ ପାର୍କରେ ଅଷ୍ଟ୍ରେଲିଆ ଓପନ ଟୁର୍ନାମେଣ୍ଟ ପାଇଁ ବିଶ୍ବର ମହାମତମ ଖେଳାଳିଙ୍କୁ ନେଇ ଜାନୁଆରୀ ୩-୯ ୱାର୍ମ-ଅପ୍ ଟୁର୍ନାମେଣ୍ଟ ଆୟୋଜନର ସୂଚୀ ରହିଛି ।
୧୯ ବର୍ଷୀୟା ରାଡୁକାନୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଥିଲା । ମାତ୍ର ଏହି ପ୍ରତିଯୋଗିତାରୁ ସେ ଓହରି ଯାଇଛନ୍ତି । ବର୍ଷ ୨୦୨୨ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆ ଓପନ ଜାନୁଆରୀ ୧୭ରୁ ଆରମ୍ଭ ହେଉଛି ।
ANI