ETV Bharat / sports

କୋରୋନାକୁ ହରାଇ ଅଭ୍ୟାସକୁ ଫେରିଲେ ଟେନିସ ସୁପରଷ୍ଟାର ଜୋକୋଭିକ

ମହାମାରୀ କୋରୋନା ଭାଇରସକୁ ହରାଇ, ବିଶ୍ବ ଟେନିସ ମାନ୍ୟତାର ନଂ1 ଖେଳାଳି ନୋବାକ ଜୋକଭିକ ଅଭ୍ୟାସକୁ ଫେରିଛନ୍ତି ।

author img

By

Published : Jul 19, 2020, 3:59 PM IST

Djokovic returns to training after recovering from COVID-19
କୋରୋନାକୁ ହରାଇ ଅଭ୍ୟାସକୁ ଫେରିଲେ ଟେନିସ ସୁପରଷ୍ଟାର ଜୋକଭିକ

ବେଲଗ୍ରେଡ: ମହାମାରୀ କୋରୋନା ଭାଇରସକୁ ହରାଇ, ବିଶ୍ବ ଟେନିସ ମାନ୍ୟତାର ନଂ1 ଖେଳାଳି ନୋବାକ ଜୋକୋଭିକ ଅଭ୍ୟାସକୁ ଫେରିଛନ୍ତି ।

ବେଲଗ୍ରେଡ ସ୍ଥିତ ନୋବାକ ଟେନିସ ସେଣ୍ଟରର ମୁଖ୍ୟ କୋଚ ବୋରିସ ବୋସନଜାକୋଭିକ ଟେନିସ ସୁପରଷ୍ଟାର ଜୋକୋଭିକଙ୍କ ଅଭ୍ୟାସ ବେଳର ଫଟୋ ନିଜ ଇନଷ୍ଟଗ୍ରାମ ପେଜରେ ସେୟାର କରିଛନ୍ତି ।

ଆଦ୍ରିଆ ୱାର୍ଲ୍ଡ ଟୁର ସମୟରେ କୋଭିଡ-19 ସଂକ୍ରମଣର ଶିକାର ହୋଇଥିବା ଏକାଧିକ ଟେନିସ ଖେଳାଳିଙ୍କ ମଧ୍ୟରେ ଜୋକବିକ ରହିଥିଲେ । ଏହାପରେ 17ଥର ଗ୍ରାଣ୍ଡସ୍ଳାମ ବିଜେତା ଜୋକଭିକ ଟୁର୍ଣ୍ଣାମେଣ୍ଟରେ ସାମାଜିକ ଦୂରତାର ପାଳନା କରିନଥିବା ଯୋଗୁଁ ସମାଲୋଚନାର ଶିକାର ହୋଇଥିଲେ ।

ପରେ ବାନ୍ଧବୀଙ୍କ ସହ ନିଜେ ଜୋକଭିକ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେବା ସହ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.