କଟକ: ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆରମ୍ଭ ହୋଇଯାଇଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗୀତା । ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି । ଯାହାକିୁ ନେଇ ସହରବାସୀ ଏବେ ଉତ୍ସାହିତ ।
ଏହି ପ୍ରତିଯୋଗୀତା ସମୁଦାୟ 12 ଟିମ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ ଦେଖିବାକୁ ମିଳିବ । ଅନ୍ୟପଟେ ଏହି ପ୍ରତିଯୋଗିତାକୁ ଦେଖିବା ପାଇଁ ଲାଗିଛି ଲମ୍ବା ଲାଇନ । ଛାତ୍ରଛାତ୍ରୀ ସେମାନଙ୍କ ମନ ପସନ୍ଦ ଖେଳାଳିଙ୍କୁ ଦେଖିବାକୁ ଚାହିଁ ବସିଛିନ୍ତି । ଅନ୍ୟପଟେ ଏହି ପ୍ରତିଯୋଗିତାରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର ।
ତେବେ ଭୁବନେଶ୍ବରକୁ ନୂଆ ପରିଚୟ ଦେଇଥିବା ହକି ପରି ଟିଟି ମଧ୍ୟ କଟକର ଭାଇଚାରାକୁ ବିଶ୍ବ ସ୍ତରରେ ପରିଚିତ କରାଇବ ବୋଲି କଟକବାସୀଙ୍କର ଆଶା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ