ETV Bharat / sports

ବିଷ୍ଣୁ ବିଶାଲଙ୍କୁ ବିବାହ କଲେ ବ୍ୟାଡମିଣ୍ଟନ ଚମ୍ପିଆନ ଜ୍ବାଲା - ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା

ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି । ଅଧିକ ପଢନ୍ତୁ...

Badminton champion Jwala Gutta and actor Vishnu Vishal got married in Hyderabad.
ବିଷ୍ଣୁ ବିଶାଲଙ୍କୁ ବିବାହ କଲେ ବ୍ୟାଡମିଣ୍ଟନ ଚମ୍ପିଆନ ଜ୍ବାଲା
author img

By

Published : Apr 22, 2021, 5:07 PM IST

ହାଇଦ୍ରାବାଦ: ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି । ଗୁରୁବାର ଏକ ପ୍ରାଇଭେଟ କାର୍ଯ୍ୟକ୍ରମରେ ଦୁଇ ସେଲିବ୍ରିଟି ଦମ୍ପତି ନୂତନ ଇଂନିସ ଆରମ୍ଭ କରିଛନ୍ତି । ଗତ କିଛି ବର୍ଷ ଧରି ଉଭୟ ସଂପର୍କରେ ରହିଥିଲେ ଓ ପୂର୍ବରୁ ସୋସିଆଲ ମିଡିଆରେ ଏହି ଷ୍ଟାର ଯୋଡିଙ୍କ ପ୍ରେମ ସଂପର୍କ ନେଇ ଚର୍ଚ୍ଚା ଲାଗି ରହିଥିଲା ।

Badminton champion Jwala Gutta and actor Vishnu Vishal got married in Hyderabad.
ଜ୍ବାଲା ଗୁଟ୍ଟା

ଗତ କିଛି ଦିନ ତଳେ ଉଭୟଙ୍କ ନିର୍ବନ୍ଧ ଫଟୋ ସାମ୍ନାକୁ ଆସିଥିଲା, ପରେ ମେହେନ୍ଦୀ ଓ ହଳଦୀ ସେରିମନିର ଫଟୋ ମଧ୍ୟ ଟ୍ବିଟର ଓ ଇନଷ୍ଟାଗ୍ରାମରେ କିଛି ଫ୍ୟାନ୍ସ ସେୟାର କରିଥିଲେ ।

ଜ୍ବାଲା ଗୁଟ୍ଟା-ବିଷ୍ଣୁ ବିଶାଲ

ଜ୍ବାଲାଙ୍କ ଦୀର୍ଘସମୟର ଡବଲ୍ସ ପାର୍ଟନର ଭି ଡିଜୁ ଫେସବୁକ୍‌ରେ ପତିପତ୍ନୀଙ୍କ ବିବାହ ଫଟୋ ସେୟାର କରିଛନ୍ତି ।

ୱାର୍ଲ୍ଡ ଚମ୍ପିଆନସିପ ବ୍ରୋଞ୍ଜ୍‌ ପଦକ ବିଜେତା, ଜ୍ବାଲା ଓ ବିଷ୍ଣୁ ପୂର୍ବରୁ ସୋସିଆଲ ମିଡିଆରେ ବିବାହ ତାରିଖ ଘୋଷଣା କରିଥିଲେ ।

ତେବେ ଜ୍ବାଲା ବେଶ କିଛି ସମୟ ଧରି ଖେଳରୁ ଦୂରରେ ରହିଛନ୍ତି ଓ ହାଇଦ୍ରାବାଦର ମୋଇନାନଦ ନିକଟରେ ନିଜର ଏକାଡେମୀ ଖୋଲିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.