ETV Bharat / sports

ଅଷ୍ଟ୍ରେଲିଆନ ଓପନ: ଦ୍ବିତୀୟ ରାଉଣ୍ଡରେ ସେରେନା, ନାଓମି, ଡୋମିନିକ

ୟୁଏସ ଓପନ ଚମ୍ପିଆନ ଡୋମିନିକ ଥିମ ସୋମବାର ଅଷ୍ଟ୍ରେଲିଆନ ଓପନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 8, 2021, 9:36 PM IST

Australian Open: Thiem cruises to second round after beating Kukushkin
ଅଷ୍ଟ୍ରେଲିଆନ ଓପନ: ଦ୍ବିତୀୟ ରାଉଣ୍ଡରେ ସେରେନା, ନାଓମି, ଡୋମିନିକ

ମେଲବର୍ଣ୍ଣ: ୟୁଏସ ଓପନ ଚମ୍ପିଆନ ଡୋମିନିକ ଥିମ ସୋମବାର ଅଷ୍ଟ୍ରେଲିଆନ ଓପନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । କାଜାଖିସ୍ତାନର ମିଖେଲ କୁକୁସକିନଙ୍କୁ ପ୍ରଥମ ରାଉଣ୍ଡରେ ହରାଇଛନ୍ତି ଥିମ୍‌ ।

ବିଶ୍ବ ମାନ୍ୟତାର 3 ନଂ ସ୍ଥାନରେ ଥିବା ଥିମ ପ୍ରଥମ ସେଟ୍‌ରୁ ହିଁ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖାଇଥିଲେ । ଦୁଇ ଘଣ୍ଟା 42 ମିନିଟ ଧରି ଖେଳାଯାଇଥିବା କଡା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ 7-6(2), 6-2, 6-3 ସେଟ୍‌ରେ ଶେଷରେ ଥିମ୍‌ ବିଜୟୀ ହୋଇଥିଲେ।

ପରେ ଥିମ୍‌, ଦ୍ବିତୀୟ ରାଉଣ୍ଡରେ ଜର୍ମାନର ଡୋମିନିକ କୋଏଫର କିମ୍ବା ବୋଲିଭିଆର ହୁଗୋ ଡେଲିଏନଙ୍କୁ ଭେଟିବେ ।

ଅଷ୍ଟ୍ରେଲିଆନ ଓପନ

ପୂର୍ବରୁ, ନାଓମି ଓସାକା ଓ ସେରେନା ୱିଲିୟମସ ମଧ୍ୟ ନିଜର ପ୍ରଥମ ରାଉଣ୍ଡ ମ୍ୟାଚରେ ବିଜୟ ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଓସାକା ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେନକୋଭାଙ୍କୁ 6-1, 6-2 ସେଟ୍‌ରେ ହରାଇଛନ୍ତି । ଅନ୍ୟପଟେ ସେରେନା ଜର୍ମାନୀର ଲୌରା ସେଜମୁଣ୍ଡଙ୍କୁ 6-1, 6-1 ସେଟ୍‌ରେ ହରାଇ 24ତମ ଗ୍ରାଣ୍ଡସ୍ଲାମ ବିଜୟ ପାଇଁ ଗୋଟିଏ ସ୍ତର ଆଗକୁ ବଢିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.