ନୂଆଦିଲ୍ଲୀ: ଚାଇନାରେ ଖେଳାଯିବାକୁଥିବା ଫେଡ କପ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଭାରତୀୟ ଟେନିସ ଆସୋସିଏସନ ପକ୍ଷରୁ ଏହି ଘୋଷଣା ହୋଇଛି। ଫେବୃୟାରୀ 2020ରେ ଫେଡ କପରେ ଏହି ଖେଳାଳି ଭାରତର ପ୍ରତିନିଧିତ୍ବ କରିବେ।
4 ବର୍ଷ ପରେ ଫେଡ କପ ଦଳକୁ ଫେରିଛନ୍ତି ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା।ସୌଜନ୍ୟ ବାଭିସେଟ୍ଟୀ, ଅଙ୍କିତା ରୈନା, ରିୟା ଭାଟିଆ, ଋତୁଜା ଭୋଷଲେ, କରମନ କୌର ଥାଣ୍ଡି ରହିଛନ୍ତି। ବିଶାଷ ଉପ୍ପଲ ଟିମର କ୍ୟାପଟେନ ରହିଥିବାବେଳେ, ଅଙ୍କିତା ଭାମ୍ବ୍ରିଙ୍କୁ କୋଚ ଦାୟିତ୍ବରେ ରହିବା ନେଇ ଘୋଷଣା ହୋଇଛି।