ETV Bharat / sports

ଅଷ୍ଟ୍ରେଲିଆ ଓପନରେ କୋଭିଡ କାୟା, 9 ଖେଳାଳି ଓ ସପୋର୍ଟ ଷ୍ଟାଫ କୋରୋନା ଆକ୍ରାନ୍ତ

author img

By

Published : Jan 24, 2021, 3:33 PM IST

ମେଲବର୍ଣ୍ଣ ଓପନ 2021 ଉପରେ କୋରୋନା କାୟା। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ 9ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

9 players or support staff covid 19 positive in australia open
ଅଷ୍ଟ୍ରେଲିଆ ଓପନରେ କୋଭିଡ କାୟା, 9 ଖେଳାଳି ଓ ସପୋର୍ଟ ଷ୍ଟାଫ କୋରୋନା ଆକ୍ରାନ୍ତ

ମେଲବର୍ଣ୍ଣ: ମେଲବର୍ଣ୍ଣ ଓପନ 2021 ଉପରେ କୋରୋନା କାୟା। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ 9ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ମେଲବର୍ଣ୍ଣର ଜଣେ ସ୍ଥାନୀୟ ସ୍ବାସ୍ଥ୍ୟସେବା ଅଧିକାରୀ ସୂଚନା ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପ୍ରତ୍ୟେକ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଥିଲା।

ଏହାପୂର୍ବରୁ କିଛି ଖେଳାଳି କୋରୋନା ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରିଥିଲେ ସ୍ବାସ୍ଥ୍ୟସେବା ଅଧିକାରୀ। ବର୍ତ୍ତମାନ ପ୍ରାୟ 970 ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ ଅଷ୍ଟ୍ରେଲିଆନ ଓପନ ପାଇଁ କ୍ବାରେଣ୍ଟିନରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳି ବା ସପୋର୍ଟ ଷ୍ଟାଫଙ୍କ କ୍ବାରେଣ୍ଟିନ ଅବଧି ଶେଷ ହେବାକୁ ଯାଉଛି।

ତେବେ କୋରୋନା ଆକ୍ରାନ୍ତ ହୋଇଥିବା ଖେଳାଳି ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଆଶା ରଖିଛନ୍ତି। ଏହାସହ ଯେଉଁ ସପୋର୍ଟ ଷ୍ଟାଫ କୋରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ଯୋଗୁଁ ଗ୍ରାଣ୍ଡ ସ୍ଲାମରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆନ ଓପନ କର୍ତ୍ତୃପକ୍ଷ।

ଯେଉଁ ଖେଳାଳିମାନେ ସଂକ୍ରମିତ ହୋଇଛନ୍ତି ସେମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। କେବଳ ସ୍ପେନର ପାଲା ବାଡୋସାଙ୍କ ସଂକ୍ରମଣକୁ ନେଇ ସନ୍ଦେହରେ ରହିଛି ଅଷ୍ଟ୍ରେଲିଆ ଟେନିସ ସଂଘ। ଫେବ୍ରୁଆରୀ 8 ତାରିଖରେ ବାଡୋସାଙ୍କ ପ୍ରଥମ ମ୍ୟାଚ। ଏହାପୂର୍ବରୁ ତାଙ୍କ କ୍ବାରେଣ୍ଟିନ ଅବଧି ଶେଷ ହୋଇ ପାରିବ ନାହିଁ। ଫଳରେ ସେ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି।

ସେପଟେ ଡୋପ ନିୟମ ଉଲଂଘନ ଯୋଗୁଁ ଆନ୍ତର୍ଜାତୀୟ ଟେନିସ ଫେଡେରେସନ ଡାଏନା ୟାଷ୍ଟ୍ରେମସ୍କାଙ୍କୁ ନିଲମ୍ବିତ କରିଛି। ସେ ମଧ୍ୟ ଅଷ୍ଟ୍ରେଲିଆ ଓପନ ପାଇଁ କ୍ବାରେଣ୍ଟିନରେ ରହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.