ETV Bharat / sports

T-20WC; ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର - ଟି-ଟ୍ବେଣ୍ଟି

ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି(ରବିବାର) ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ହେବ । ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଆଜିର ମ୍ୟାଚ ଦଳ ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ । ଅଧିକ ପଢନ୍ତୁ...

T-20WC, ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର
T-20WC, ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର
author img

By

Published : Oct 31, 2021, 9:37 AM IST

ଦୁବାଇ: ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି(ରବିବାର) ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ହେବ । ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଆଜିର ମ୍ୟାଚ ଦଳ ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ । ମ୍ୟାଚ ସମୟ ଯେତିକି ପାଖେଇ ଆସୁଛି କ୍ରେକେଟପ୍ରେମୀ ଓ ଖେଳାଳିଙ୍କ ହୃଦ ସ୍ପନ୍ଦନ ବଢିବାରେ ଲାଗିଛି । ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍‌ ହାରି ବ୍ୟାକଫୁଟରେ ଥିବା ଭାରତ ପାଇଁ ଆଜି ବିଜୟ ନିହାତି ଦରକାର । ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍‌ରେ ହାରିଥିଲା। ତେଣୁ ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ବପୂର୍ଣ୍ଣ। ଉଭୟ ଦଳ ପାଇଁ ବିଜୟ ସେମି ଫାଇନାଲ ବାଟ ଖୋଲିବ ପରାଜିତ ହେଲେ ଆଶା ମଉଳି ଯିବ । ଆଜିର ମ୍ୟାଚ ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ ।

ଗ୍ରୁପ-ବିରେ ପାକିସ୍ତାନର କ୍ରମାନ୍ବୟ ହାଟ୍ରିକ ବିଜୟ ପରେ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ସେମିଫାଇନାଲ ରାସ୍ତା ଜଟିଳ ହୋଇଛି । ଉଭୟ ଦଳକୁ ପାକିସ୍ତାନ ହରାଇବା ପରେ ଏପରି ସ୍ଥିତି ଉପୁଜିଛି । ପାକିସ୍ତାନ ବିପକ୍ଷ ପରାଜୟ ଭାରତ ପାଇଁ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଛି । ଏହାକୁ ଭୁଲି ଭାରତ ଏକ ଭଲ ଆରମ୍ଭ ଲକ୍ଷ୍ୟରେ ରହିଛି । ପୁରୁଣା ଭୁଲକୁ ସୁଧାରି ଆଜି ନ୍ୟୁଜିଲାଣ୍ଡ ସହିତ ଟକ୍କର ଦେବ ଭାରତ । ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ହାର ୫୬.୨୫ ପ୍ରତିଶତ ରହିଛି । ତେଣୁ ଆଜିର ମ୍ୟାଚକୁ ଜିତିବାକୁ ପ୍ରାଣ ପଣେ ଚେଷ୍ଟା କରିବା ଟିମ ଇଣ୍ଡିଆ । କୋହଲି ଜଣେ ଲଢୁଆ ଓ ଆକ୍ରମଣାତ୍ମକ ଖେଳାଳି ଭାବେ ଜଣାଶୁଣା । ପାକିସ୍ତାନଠୁ ପରାଜୟ ହେବା ପରେ ଅନେକ ସମାଲୋଚନାର ଶିକାର ହୋଇଥିଲା ଭାରତ । ସମାଲୋଚନା ଓ ବିଫଳତାକୁ ପଛରେ ପକାଇ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଭାରତ ଓ ବିରାଟଙ୍କ ପାଇଁ ଆଜିର ମ୍ୟାଚ ଅଗ୍ନିପରୀକ୍ଷା ହୋଇଛି ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସବୁବେଳେ ଭାରତ ବିପକ୍ଷରେ ଶକ୍ତିଶାଳୀ ରହି ଆସିଛି । ପୂର୍ବ ରେକର୍ଡ ଅନୁସାରେ ୨୦୨୧ ବିଶ୍ବ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲା । ୨୦୧୯ ସେମିଫାଇନାଲରେ ଦୁଇ ଦଳ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ । ୧୮ରନରେ ପରାସ୍ତ ହୋଇ ଭାରତ ଫାଇନାଲର ସ୍ବପ୍ନ ଧୂଳିସାତ ହୋଇଥିଲା । ୨୦୦୭ରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରିଥିଲା । ୨୦୦୭ରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ଆଇସିସି ଟୁର୍ଣ୍ଣାମେଣ୍ଟରେ ମୋଟ ୫ଟି ମ୍ୟାଚରୁ ନ୍ୟୁଜିଲାଣ୍ଡ ୪ଟିରେ ବିଜୟ ହୋଇଥିବାବେଳେ ଭାରତ ଗୋଟିଏ ଜିତିଛି । ନ୍ୟୁଜିଲାଣ୍ଡ ଏକ କ୍ବାଲିଟି ତଥା ବିସ୍ବସ୍ତରୀୟ ଦଳ ଥିବାରୁ ଭାରତ ସମସ୍ୟାର ସମ୍ମୁଖୀନ ହୋଇପାରେ । ଆଜିର ମ୍ୟାଚ ଜିତିବା ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଅପରିହାର୍ଯ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.