ETV Bharat / sports

T20 World Cup: ଇଂଲଣ୍ଡର ଘାତକ ବୋଲିଂ, ଅଷ୍ଟ୍ରେଲିଆ ୧୨୫ରେ ଅଲଆଉଟ୍‌ - aus vs eng

ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ରନ୍‌ ସଂଗ୍ରହ କରିଛି ଅଷ୍ଟ୍ରେଲିଆ । ଫଳରେ ଇଂଲଣ୍ଡ ସାମ୍ନାରେ ୧୨୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 World Cup: jordan, woakes strikes as England restrict Australia at 125/10
T20 World Cup: ଇଂଲଣ୍ଡର ଘାତକ ବୋଲିଂ, ଅଷ୍ଟ୍ରେଲିଆ ୧୨୫ରେ ଅଲଆଉଟ୍‌
author img

By

Published : Oct 30, 2021, 9:14 PM IST

Updated : Oct 30, 2021, 10:14 PM IST

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚଳିତ ଟି-୨୦ ବିଶ୍ବକପର ଅନ୍ୟତମ ହାଇଭୋଲଟେଜ ମୁକାବିଲା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି । ପ୍ରଥମେ ଟସ୍‌ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ବୋଲିଂ ନିଷ୍ପତ୍ତି ନେବା ସହ ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୨୫ ରନ୍‌ ସଂଗ୍ରହ କରିଛି ଅଷ୍ଟ୍ରେଲିଆ । ଫଳରେ ଇଂଲଣ୍ଡ ସାମ୍ନାରେ ୧୨୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଇଂଲଣ୍ଡର ବୋଲରଙ୍କ ମାପଚୁପ ବୋଲିଂ ଯୋଗୁଁ ବଡ୍‌ ସଟ୍‌ ଖେଳିବାକୁ ସମର୍ଥ ହୋଇନଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍‌ର । କ୍ରିସ୍‌ ଜୋର୍ଡାନ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ ।

କ୍ରିସ୍‌ ୱର୍କ୍ସ ଓ ତେଇମିଲ ମିଲ୍‌ସ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆଦିଲ ରସିଦ ଓ ଲିଆମ ଲିଭିଙ୍ଗଷ୍ଟୋନ ମଧ୍ୟ ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ । ଫଳରେ ନିୟମିତ ବ୍ୟବଧାନରେ ୱିକେଟ ମଧ୍ୟ ହରାଇଥିଲା ଆରୋନ ଫିଞ୍ଚ୍‌ଙ୍କ ଟିମ । ଟିମ ପକ୍ଷରୁ କ୍ୟାପଟେନ ଆରୋୱନ ଫିଞ୍ଚ୍‌ ସର୍ବାଧିକ ୪୪ ରନ୍‌ର ଲଢୁଆ ଇଂନିସ ଖେଳିଥିଲେ ।

ଶେଷ ଭାଗରେ ଆଷ୍ଟନ ଆଗର ୨୦, ମାଥ୍ୟୁ ୱାଡ୍‌ ୧୮, ମିଚେଲ ଷ୍ଟାର୍କ ୧୩ ଓ ପାଟ କମିନ୍ସ ୧୨ ରନ୍‌ର ଉପଯୋଗୀ ଇଂନିସ ଖେଳିବା ସହ ଅଷ୍ଟ୍ରେଲିଆକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2021, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.