ETV Bharat / sports

T20 World Cup: ଇଣ୍ଡିଜକୁ ୧୪୨ ରନ୍‌ରେ ରୋକିଲା ବାଂଲାଦେଶ

author img

By

Published : Oct 29, 2021, 5:49 PM IST

Updated : Oct 29, 2021, 6:40 PM IST

ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୨ ରନ୍‌ ସଂଗ୍ରହ କରିଛି ୱେଷ୍ଟଇଣ୍ଡିଜ । ଫଳରେ ବାଂଲାଦେଶ ସାମ୍ନାରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 World Cup: West Indies set a Target of 143 against Bangladesh
T20 World Cup: ଇଣ୍ଡିଜକୁ ୧୪୨ ରନ୍‌ରେ ରୋକିଲା ବାଂଲାଦେଶ

ଶାରଜାହ: ଚଳିତ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ସୁପର ୧୨ ପର୍ଯ୍ୟାୟରେ ଆଜି ଗ୍ରୁପ-୧ ରେ ଥିବା ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେଉଛି । ଟସ୍‌ ଜିତି ବାଂଲାଦେଶ କ୍ୟାପଟେନ ମହମଦୁଲ୍ଲା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ କିରଣ ପୋଲାର୍ଡଙ୍କ ନେତୃତ୍ବାଧୀନ ଇଣ୍ଡିଜକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ।

ଏହାପରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୨ ରନ୍‌ ସଂଗ୍ରହ କରିଛି ୱେଷ୍ଟଇଣ୍ଡିଜ । ଫଳରେ ବାଂଲାଦେଶ ସାମ୍ନାରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲାସ ପୋରୋନ ସର୍ବାଧିକ ୪୦ ରନ୍‌ର ଇଂନିସ ଖେଳିଛନ୍ତି । ୨୨ ବଲ୍‌ରୁ ଗୋଟିଏ ଚୌକା ଓ ୪ଟି ଛକା ସହାୟତାରେ ଦ୍ରୁତ ୪୦ ରନ୍‌ର ଇଂନିସ ଖେଳିଛନ୍ତି ପୋରୋନ । ସେହିପରି ରୋଷ୍ଟନ ଚେଜ୍‌ ଧୈର୍ଯ୍ୟପୂର୍ଣ୍ଣ ୩୯ ରନ୍‌ର ଇଂନିସ ଖେଳିଛନ୍ତି । କ୍ୟାପଟେନ କିରଣ ପୋଲାର୍ଡ ୧୪ ଓ ଜେସନ ହୋଲ୍ଡର ୧୫ ରନ୍‌ରେ ଅପରାଜିତ ରହିଥିଲେ ।

ଅନ୍ୟପଟେ ବାଂଲାଦେଶ ପକ୍ଷରୁ ମେହେଦି ହସନ, ମୁସ୍ତାଫିଜୁର ରେହମାନ ଓ ସୋରିଫୁଲ ଇସଲାମ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 29, 2021, 6:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.