ETV Bharat / sports

T20 World Cup: ଅଷ୍ଟ୍ରେଲିଆକୁ ବଡ ବିଜୟ ଦେଲେ ୱାର୍ଣ୍ଣର - ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ ଟି-୨୦ ବିଶ୍ବକପ ମ୍ାୟଚ୍‌

ଡେଭିଡ ୱାର୍ଣ୍ଣରଙ୍କ ଅପରାଜିତ ୮୯ ରନ୍‌ ବଳରେ ଶେଷ ସୁପର ୧୨ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

T20 World Cup: Unbeaten Warner leads Australia's eight-wicket win over West Indies
T20 World Cup: ଅଷ୍ଟ୍ରେଲିଆକୁ ବଡ ବିଜୟ ଦେଲେ ୱାର୍ଣ୍ଣର
author img

By

Published : Nov 6, 2021, 8:09 PM IST

ଆବୁଧାବି: ଡେଭିଡ ୱାର୍ଣ୍ଣରଙ୍କ ଅପରାଜିତ ୮୯ ରନ୍‌ ବଳରେ ଶେଷ ସୁପର ୧୨ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ । ଚଳିତ ଟି-୨୦ ବିଶ୍ବକପରେ ଶନିବାର ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।

ୱାର୍ଣ୍ଣର ୫୬ ବଲ୍‌ରୁ ବିସ୍ଫୋରକ ବ୍ୟାଟିଂ ସହ ୯ଟି ଚୌକା ଓ ୪ଟି ଛକା ସହାୟତାରେ ୮୯ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଛନ୍ତି । ସେହିପରି ମିଚେଲ ମାର୍ଶ ମଧ୍ୟ ୩୨ ବଲ୍‌ରୁ ଦ୍ରୁତ ୫୩ରନ୍‌ର ଦ୍ରୁତ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଫଳରେ ୨୨ ବଲ୍‌ ବାକିଥାଇ ୧୫୮ ରନ୍‌ର ବିଜୟ ଲକ୍ଷ୍ୟକୁ ୨ ୱିକେଟ ହରାଇ ହାସଲ କରିବା ସହ ନେଟ୍‌ ରନ୍‌ ରେଟ୍‌କୁ ବୃଦ୍ଧି କରିଛି ।

ୱାର୍ଣ୍ଣର ଓ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମ ୩ ଓଭରରେ ୩୩ ରନ୍‌ ଯୋଡିବା ସହ ଅଷ୍ଟ୍ରେଲିଆକୁ ଦ୍ରୁତ ଆରମ୍ଭ ଦେଇଥିଲେ । ତେବେ ବାମହାତୀ ସ୍ପିନର ଅକିଲ ହୋସେନ ଫିଞ୍ଚଙ୍କୁ ଇଂନିସର ଚତୁର୍ଥ ଓଭରରେ ଆଉଟ୍‌ କରି ଇଣ୍ଡିଜକୁ ପ୍ରଥମ ସଫଳତା ଦେଇଥିଲେ । ତେବେ ୱାର୍ଣ୍ଣର ଆକ୍ରମଣାତ୍ମକ ରଣନୀତିରେ ବ୍ୟାଟିଂ ଜାରି ରଖିଥିଲେ ଓ ପରେ ମିଚେଲ ମାର୍ଶ ଭରପୁର ସାଥ୍‌ ଦେଇଥିଲେ । ଫଳରେ ୧୬.୨ ଓଭରରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ।

ପୂର୍ବରୁ କିରଣ ପୋଲାର୍ଡଙ୍କ ୪୪ ଓ ଇଭିନ ଲିୱିସଙ୍କ ୨୯ ରନ୍‌ ବଳରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୭ ରନ୍‌ ସଂଗ୍ରହ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.