ETV Bharat / sports

T-20WC; ଆଜି ଶ୍ରୀଲଙ୍କା-ଇଂଲଣ୍ଡ ଫାଇଟ, ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି - ବିଶ୍ବକପର ସୁପର-୧୨

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ(ଗ୍ରୁପ-1)ରେ ଆଜି(ସୋମବାର) ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର । ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ଆଜି ଶ୍ରୀଲଙ୍କା - ଇଂଲଣ୍ଡ ଫାଇଟ
ଆଜି ଶ୍ରୀଲଙ୍କା - ଇଂଲଣ୍ଡ ଫାଇଟ
author img

By

Published : Nov 1, 2021, 8:33 AM IST

ଶରାଜାହ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ(ଗ୍ରୁପ-1)ରେ ଆଜି(ସୋମବାର) ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର । ୩ଟି ମ୍ୟାଚରେ ଜିତି ସାରିଥିବା ଇଂଲଣ୍ଡ ଆଜି ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି । ଏ ପର୍ଯ୍ୟନ୍ତ ଶ୍ରୀଲଙ୍କା ୩ଟି ମ୍ୟାଚ ଖେଳି ୨ ପଏଣ୍ଟ ହାସଲ କରିଛି । ଆଜି ମ୍ୟାଚରେ ପରାଜିତ ହେଲେ ସେମି ଦୌଡରୁ ବାଦ ପଡିବାଟା ଶ୍ରୀଲଙ୍କା ପାଇଁ ନିଶ୍ଚିନ୍ତ ।

ଏହା ଭିତରେ ଇଂଲଣ୍ଡ ଅଷ୍ଟ୍ରେଲିଆ, ୱେଷ୍ଟ ଇଣ୍ଡିଜ୍ ଓ ବାଂଲାଦେଶକୁ ପରାସ୍ତ କରିସାରିଛି । ଶେଷ ୨ଟି ମ୍ୟାଚରେ ଆଜି ଶ୍ରୀଲଙ୍କା ଓ ପରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଶ୍ରୀଲଙ୍କା ଶେଷ ୨ଟି ମ୍ୟାଚରେ ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜକୁ ଭେଟିବ । ଇଂଲଣ୍ଡର ବିଜୟଧାରାରେ ବ୍ରେକ ଲଗାଇବାକୁ ଶ୍ରୀଲଙ୍କାର ଯଥେଷ୍ଟ କ୍ଷମତା ରହିଛି । ଦଳର ସ୍ପିନ ବୋଲିଂ ବିଭାଗ ଶକ୍ତିଶାଳୀ ଥିବାରୁ ଇଂଲଣ୍ଡର ବିପର୍ଯ୍ୟୟ ହୋଇପାରେ । ନିଜ ବିଶ୍ବକପ ଅଭିଯାନରେ ଆଉ ପାଦେ ଆଗକୁ ବଢିବାକୁ ଆଜି ଶ୍ରୀଲଙ୍କା ପ୍ରୟାସ କରିବ । ଆଜି ସମ୍ମାନ ରଖିବାକୁ ପଡିଆକୁ ଓହ୍ଲାଇବ ଶ୍ରୀଲଙ୍କା ।

ଟି-ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡର ଭଲ ରେକର୍ଡ ରହିଛି । ଆଜିର ମ୍ୟାଚ ଇଂଲଣ୍ଡ ପାଇଁ ଢେର ଗୁରୁତ୍ବପୂର୍ଣ୍ଣ ହେବ । ଯଦି ଶ୍ରୀଲଙ୍କା ଅସ୍ଥିର ପ୍ରଦର୍ଶନ କରେ ତେବେ ଇଂଲଣ୍ଡ ତାର ଫାଇଦା ନେଇପାରେ । ଜୋସ ବଟଲର ଚମତ୍କାର ଫର୍ମରେ ଅଛନ୍ତି । ଜୋସଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପୂର୍ବରୁ ଉଭୟ ଦଳ ବିଶ୍ବକପରେ ୪ ଥର ପରସ୍ପରକୁ ଭେଟିଛନ୍ତି । ଇଂଲଣ୍ଡ ୪ଥର ବିଜୟୀ ହୋଇଛି ।

ଶ୍ରୀଲଙ୍କା ସାମ୍ଭାବ୍ୟ ଏକାଦଶ; ପଥୁମ ନିଶଙ୍କା. କୁଶଲ ପେରେରା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, ଭାନୁକା ରାଜାପାକ୍ସା, ଡାସୁକ ଶଣକା(ଅଧିନାୟକ),ଚମିକା କରୁଣାରତ୍ନେ, ୱାନିଣ୍ଡୁ ହାସାରଙ୍ଗା, ଦୁଷ୍ମନ୍ତ ଚାମୀରା, ମହିଶ ଥିକସାନା, ଲାହିରୁ କୁମାରା ।

ଇଂଲଣ୍ଡ ସାମ୍ଭାବ୍ୟ ଏକାଦଶ; ଜାସନ ରୟ, ଜୋସ ବଟଲର,ଦାୱିଦ ମଲାନ, ଜନି ବେୟାରଷ୍ଟୋ, ଇୟନ ମୋର୍ଗାନ(ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, କ୍ରିସ ୱକ୍ସ. କ୍ରିସ ଜୋର୍ଡାନ, ଆଦିଲ ରସିଦ, ତିମାଲ ମିଲ୍ସ ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.