ETV Bharat / sports

T20 WC: ହାରିଲା ଆଫଗାନିସ୍ତାନ, ଟିମ ଇଣ୍ଡିଆର ସେମି ଆଶା ଚୁରମାର୍‌ - ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ

୧୨୫ ରନ୍‌ର ସହଜସାଧ୍ୟ ଲକ୍ଷ୍ୟକୁ ୧୮.୧ ଓଭରରେ ହାସଲ କରି କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଟିମ ଚଳିତ ଟି-୨୦ ବିଶ୍ବକପ ୨୦୨୧ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ଅଧିକ ପଢନ୍ତୁ...

T20 World Cup: New Zealand beat Afghanistan by 8 wickets to qualify for semis; India knocked out
T20 WC: ହାରିଲା ଆଫଗାନିସ୍ତାନ, ଟିମ ଇଣ୍ଡିଆର ସେମି ଆଶା ଚୁରମାର୍‌
author img

By

Published : Nov 7, 2021, 7:04 PM IST

Updated : Nov 7, 2021, 7:41 PM IST

ଆବୁଧାବି: ଫେଲ୍‌ ମାରିଲା ସବୁ ସମୀକରଣ । ଟିମ ଇଣ୍ଡିଆ ପାଇଁ ଚଳିତ ଟି-୨୦ ବିଶ୍ବକପର ବନ୍ଦ ହୋଇଗଲା ସେମିଫାଇନାଲ ରାସ୍ତା। ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଖେଳାଯାଇଥିବା ସୁପର ୧୨ ମୁକାବିଲାରେ ନ୍ୟୁଜିଲାଣ୍ଡ ଠାରୁ ଆଫଗାନିସ୍ତାନ ପରାସ୍ତ ହେବାପରେ ଗ୍ରୁପ ୨ର ଶୀର୍ଷ ଦୁଇଟି ଟିମ ଚୁଡାନ୍ତ ହୋଇଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଗ୍ରୁପ ୨ ରୁ ସେମିଫାଇନାଲ ଖେଳିବା ନେଇ ସ୍ପଷ୍ଟ ହୋଇଛି ।

୧୨୫ ରନ୍‌ର ସହଜସାଧ୍ୟ ଲକ୍ଷ୍ୟକୁ ୧୮.୧ ଓଭରରେ ହାସଲ କରିବା ସହ କେନ ୱିଲିୟମସନଙ୍କ ଟିମ ଟି-୨୦ ବିଶ୍ବକପ ୨୦୨୧ର ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ନ୍ୟୁଜିଲାଣ୍ଡ ଏହି ବିଜୟ ଦ୍ବାରା କେବଳ ସେମିଫାଇନାଲ ଟିକେଟ ପକ୍କା କରିନି ବରଂ ଉଭୟ ଭାରତ ଓ ଆଫଗାନିସ୍ତାନକୁ ଟୁର୍ଣ୍ଣାମେଣ୍ଟର ବାହାର ରାସ୍ତା ଦେଖାଇଛି ।

ତୃତୀୟ ଥର ପାଇଁ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଛି । ଏହାପୂର୍ବରୁ ୨୦୦୭ ଓ ୨୦୧୬ରେ ସେମିରେ ପହଞ୍ଚିଥିଲା ବ୍ଲାକକ୍ୟାପ୍‌ସ ।

ନଜିବୁଲ୍ଲା ଜର୍ଡାନଙ୍କ ୪୮ ବଲ୍‌ରୁ ୭୩ ରନ୍‌ର ଇଂନିସ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୪ ରନ୍‌ ସଂଗ୍ରହ କରିଥିଲା । ଜର୍ଡାନ ଆଫଗାନ ପାଇଁ ବ୍ୟାଟ୍‌ରେ ଏକମାତ୍ର ଖେଳାଳି ଭାବେ ଲଢୁଆ ପ୍ରଦର୍ଶନ କରିଥିଲେ । କ୍ୟାପଟେନ ମହମ୍ମଦ ନବି ୧୪ ଓ ଗୁଲବାଦିନ ନେଇବ ୧୫ ରନ୍‌ର ଯୋଗଦାନ କରିଥିଲେ । ତେବେ ଅନ୍ୟ ସମସ୍ତ ଖେଳାଳି ଫେଲ୍‌ ମାରିଥିଲେ ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଟ୍ରେଣ୍ଟ ବୋଲ୍ଟ ୩-୧୭ ଓ ଟିମ ସାଉଦୀ ୨-୨୪ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।

ଜବାବରେ ମାର୍ଟିନ ଗୁପ୍ଟିଲ ୨୮, ଡ୍ୟାରେଲ ମିଚେଲ ୧୭ ରନ୍‌ର ଇଂନିସ ଖେଳିଥିଲେ । କ୍ୟାପଟେନ କେନ ୱିଲିୟମସନ ଅପରାଜିତ ୪୦ ଓ ଡେଭନ କନୱେ ଅପରାଜିତ ୩୬ ରନ୍‌ର ଇଂନିସ ଖେଳି ଟିମକୁ ବିଜୟୀ କରାଇଥିଲେ ।

ରସିଦ ଖାନ ଓ ମୁଜିବ ଅର ରେହମାନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 7, 2021, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.