ଶାରଜାହ: ଚଳିତ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଓ ନାମ୍ବିଆ ମଧ୍ୟରେ ସୁପର ୧୨ ମୁକାବିଲା ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪ ୱିକେଟ ହରାଇ ୧୬୩ ରନ୍ ସଂଗ୍ରହ କରିଛି । ଫଳରେ ନାମ୍ବିଆ ସାମ୍ନାର ୧୬୪ ରନ୍ର ବିଜୟ ଲକ୍ଷ୍ୟ ରହିଛି । ୧୬ ଓଭର ସୁଦ୍ଧା ମାତ୍ର ୯୬ ରନ୍ କରିଥିବା କିୱିଟିମ ଶେଷ ୪ ଓଭରରୁ ବିସ୍ଫୋରକ ବ୍ୟାଟିଂ ସହ ୬୭ ରନ୍ ସଂଗ୍ରହ କରି ଲଢୁଆ ସ୍କୋର କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ