ETV Bharat / sports

T20 World Cup: ବାବର-ରିଜୱାନଙ୍କ ଶତକୀୟ ଭାଗିଦାରୀ, ପାକିସ୍ତାନ ୧୮୯/୨

author img

By

Published : Nov 2, 2021, 9:37 PM IST

Updated : Nov 2, 2021, 9:53 PM IST

ନିର୍ଦ୍ଧାରିତ ୨୦ ଓଭରରେ ପାକିସ୍ତାନ ୨ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି । ଫଳରେ ନାମ୍ବିଆ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 World Cup: Babar, Rizwan help Pakistan to 189/2
T20 World Cup: ବାବର-ରିଜୱାନଙ୍କ ଶତକୀୟ ଭାଗିଦାରୀ, ପାକିସ୍ତାନ ୧୮୯/୨

ଆବୁଧାବି: ଚଳିତ ଟି-୨୦ ବିଶ୍ବକପରେ ସୁପର ୧୨ ମୁକାବିଲା ପାକିସ୍ତାନ ଓ ନାମ୍ବିଆ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି । ଫଳରେ ନାମ୍ବିଆ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ପାକିସ୍ତାନ ପୂର୍ବରୁ ସୁପର ୧୨ ପର୍ଯ୍ୟାୟର ୩ଟି ମ୍ୟାଚ୍‌ ଜିତିସାରିଛି । ଫଳରେ ଆଜିର ମ୍ୟାଚ୍‌ରେ ବିଜୟୀ ହେଲେ ସେମିଫାଇନାଲରେ ସ୍ଥାନ ପକ୍କା କରିବ ।

ପାକିସ୍ତାନ ପକ୍ଷରୁ ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜୱାନ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ରିଜୱାନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ୫୦ ବଲ୍‌ରୁ ୮ ଚୌକା ଓ ୪ଛକା ସହାୟତାରେ ୭୯ ରନ୍‌ର ଇଂନିସ ଖେଳିଛନ୍ତି । ବାବର ଆଜମ ୪୯ ବଲ୍‌ରୁ ୭ଚୌକା ସହାୟତାରେ ୭୦ ରନ୍‌ର ଇଂନିସ ଖେଳିଛନ୍ତି । ମହମ୍ମଦ ହାଫିଜ ୧୬ ବଲ୍‌ରୁ ୩୨ ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି ।

ଅନ୍ୟପଟେ ନାମ୍ବିଆ ପକ୍ଷରୁ ୱାଇଜ ଓ ଫ୍ରାଏଲିଙ୍କ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 2, 2021, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.