ETV Bharat / sports

T20 World Cup: ବାଂଲାଦେଶ ବିଦା, ସେମି ଦୌଡରେ ଅଷ୍ଟ୍ରେଲିଆ - T20 World Cup

ଟି-୨୦ ବିଶ୍ବକପରୁ ଅଷ୍ଟ୍ରେଲିଆର ଦମଦାର ବିଜୟ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ସୁପର ୧୨ ମୁକାବିଲାରେ ୮ ୱିକେଟରେ ବାଂଲାଦେଶକୁ ହରାଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

T20 World Cup: Australia beat Bangladesh by eight wickets in a small run-chase
T20 World Cup: ବାଂଲାଦେଶ ବିଦା, ସେମି ଦୌଡରେ ଅଷ୍ଟ୍ରେଲିଆ
author img

By

Published : Nov 4, 2021, 6:35 PM IST

Updated : Nov 4, 2021, 6:57 PM IST

ଦୁବାଇ: ଚଳିତ ଟି-୨୦ ବିଶ୍ବକପରୁ ଅଷ୍ଟ୍ରେଲିଆର ଦମଦାର ବିଜୟ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ସୁପର ୧୨ ମୁକାବିଲାରେ ୮ ୱିକେଟରେ ବାଂଲାଦେଶକୁ ହରାଇଛି ଅଷ୍ଟ୍ରେଲିଆ । ଫଳରେ ୪ଟି ମ୍ୟାଚ୍‌ରୁ ୩ବିଜୟରୁ ୬ ପଏଣ୍ଟ ସହ ଗ୍ରୁପ ଏ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି ଆରୋନ ଫିଞ୍ଚ୍‌ଙ୍କ ଟିମ । ଅନ୍ୟପଟେ ପରାଜୟ ସହ ବାଂଲାଦେଶର ଅଭିଯାନ ଶେଷ ହୋଇଛି ।

ଟସ୍‌ ଜିତି କଙ୍ଗାରୁ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଷ୍ଟାର ସ୍ପିନର ଆଡାମ ଜାମ୍ପା ଘାତକ ପ୍ରଦର୍ଶନ ସହ ୫ ୱିକେଟ ଦଖଲ କରିଥିଲେ । ଫଳରେ ସଂପୂର୍ଣ୍ଣ ୧୫ ଓଭର ଖେଳିବାକୁ ଅସମର୍ଥ ହୋଇଥିଲା ବାଂଲାଦେଶ ।

୧୫ ଓଭରରେ ମାତ୍ର ୭୩ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା । ଫଳରେ ୭୪ ରନ୍‌ର ସହଜସାଧ୍ୟ ବିଜୟ ଲକ୍ଷ୍ୟକୁ ୬.୨ ଓଭରରେ ୨ ୱିକେଟ ହରାଇ ହାସଲ କରିନେଇଛି ଅଷ୍ଟ୍ରେଲିଆ । କ୍ୟାପଟେନ ଫିଞ୍ଚ୍‌ ୨୦ ବଲ୍‌ରୁ ୪୦ ଓ ୱାର୍ଣ୍ଣର ୧୮ ରନ୍‌ର ଇଂନିସ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 4, 2021, 6:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.