ETV Bharat / sports

T20 World Cup: ନାମ୍ବିଆ ସାମ୍ନାରେ ୧୬୧ ରନ୍‌ ଟାର୍ଗେଟ ରଖିଲା ଆଫଗାନିସ୍ତାନ

author img

By

Published : Oct 31, 2021, 5:21 PM IST

Updated : Oct 31, 2021, 5:58 PM IST

ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ ସଂଗ୍ରହ କରିଛି ଆଫଗାନିସ୍ତାନ । ଫଳରେ ନାମ୍ବିଆ ସାମ୍ନାରେ ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 World Cup: Afghanistan set a target of 161 runs against Namibaia
T20 World Cup: ନାମ୍ବିଆ ସାମ୍ନାରେ ୧୬୧ ରନ୍‌ ଟାର୍ଗେଟ ରଖିଲା ଆଫଗାନିସ୍ତାନ

ଆବୁଧାବି: ଟି-୨୦ ବିଶ୍ବକପରେ ସୁପର ୧୨ ପର୍ଯ୍ୟାୟର ଗ୍ରୁପ ୨ରେ ରବିବାର ଆଫଗାନିସ୍ତାନ ଓ ନାମ୍ବିଆ ମଧ୍ୟରେ ଲଢେଇ ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ ସଂଗ୍ରହ କରିଛି ଆଫଗାନିସ୍ତାନ । ଫଳରେ ନାମ୍ବିଆ ସାମ୍ନାରେ ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

Afghanistan post a score of 160/5.

Can Nambia chase this down? 🤔#T20WorldCup | #AFGvNAM | https://t.co/NCkj6HI7lt pic.twitter.com/dSEX4BL5OS

— T20 World Cup (@T20WorldCup) October 31, 2021

ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସେହଜାଦ ସର୍ବାଧିକ ୪୫ ରନ୍‌ର ଇଂନିସ ଖେଳିଛନ୍ତି । ୩୩ ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ଦ୍ରୁତ ୪୫ ରନ୍‌ର ଇଂନିସ ଖେଳିଛନ୍ତି ଭେଟରାନ ସେହଜାଦ । ସେହିପରି ଓପନର ହଜ୍ରାତୁଲ୍ଲା ଜଜାଇ ୩୩ ଓ ଆଫଗାନିସ୍ତାନ ପାଇଁ ଶେଷ ମ୍ୟାଚ୍‌ ଖେଳୁଥିବା ପୂର୍ବତନ କ୍ୟାପଟେନ ଅସଘର ଆଫଗାନ ୨୩ ବଲ୍‌ରୁ ଦ୍ରୁତ ୩୧ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । କ୍ୟାପଟେନ ମହମ୍ମଦ ନବି ଶେଷ ଭାଗରେ ଧୂଆଁଧାର ବ୍ୟାଟିଂ ସହ ୧୭ ବଲ୍‌ରୁ ୩୨ ରନ୍‌ର ଇଂନିସ ଖେଳି ଟିମର ସ୍କୋର ୧୫୦ ପାର୍‌ କରାଇଥିଲେ ।

ଅନ୍ୟପଟେ ନାମ୍ବିଆ ପକ୍ଷରୁ ରୁବେନ ଟ୍ରମ୍ପେଲମନ ଓ ଲୋପ୍ଟି ଏଟନ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ସ୍ମିଟ୍‌ଙ୍କୁ ଗୋଟିଏ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଆବୁଧାବି: ଟି-୨୦ ବିଶ୍ବକପରେ ସୁପର ୧୨ ପର୍ଯ୍ୟାୟର ଗ୍ରୁପ ୨ରେ ରବିବାର ଆଫଗାନିସ୍ତାନ ଓ ନାମ୍ବିଆ ମଧ୍ୟରେ ଲଢେଇ ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ ସଂଗ୍ରହ କରିଛି ଆଫଗାନିସ୍ତାନ । ଫଳରେ ନାମ୍ବିଆ ସାମ୍ନାରେ ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସେହଜାଦ ସର୍ବାଧିକ ୪୫ ରନ୍‌ର ଇଂନିସ ଖେଳିଛନ୍ତି । ୩୩ ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ଦ୍ରୁତ ୪୫ ରନ୍‌ର ଇଂନିସ ଖେଳିଛନ୍ତି ଭେଟରାନ ସେହଜାଦ । ସେହିପରି ଓପନର ହଜ୍ରାତୁଲ୍ଲା ଜଜାଇ ୩୩ ଓ ଆଫଗାନିସ୍ତାନ ପାଇଁ ଶେଷ ମ୍ୟାଚ୍‌ ଖେଳୁଥିବା ପୂର୍ବତନ କ୍ୟାପଟେନ ଅସଘର ଆଫଗାନ ୨୩ ବଲ୍‌ରୁ ଦ୍ରୁତ ୩୧ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । କ୍ୟାପଟେନ ମହମ୍ମଦ ନବି ଶେଷ ଭାଗରେ ଧୂଆଁଧାର ବ୍ୟାଟିଂ ସହ ୧୭ ବଲ୍‌ରୁ ୩୨ ରନ୍‌ର ଇଂନିସ ଖେଳି ଟିମର ସ୍କୋର ୧୫୦ ପାର୍‌ କରାଇଥିଲେ ।

ଅନ୍ୟପଟେ ନାମ୍ବିଆ ପକ୍ଷରୁ ରୁବେନ ଟ୍ରମ୍ପେଲମନ ଓ ଲୋପ୍ଟି ଏଟନ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ସ୍ମିଟ୍‌ଙ୍କୁ ଗୋଟିଏ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2021, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.