ETV Bharat / sports

T20 world Cup: ସ୍କଟଲାଣ୍ଡକୁ ୮ ୱିକେଟରେ ହରାଇଲା ଭାରତ - ଭାରତ ବନାମ ସ୍କଟଲାଣ୍ଡ

ଟି-୨୦ ବିଶ୍ବକପରେ ଭାରତର ଦମଦାର ବିଜୟ । ଓପନର କେଏଲ ରାହୁଲଙ୍କ ୧୮ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ସ୍କଟଲାଣ୍ଡକୁ ୮ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

T20 world Cup 2021: india beat Scotland by 8 wkts
T20 world Cup 2021: ସ୍କଟଲାଣ୍ଡକୁ ୮ ୱିକେଟରେ ହରାଇଲା ଭାରତ
author img

By

Published : Nov 5, 2021, 9:52 PM IST

Updated : Nov 5, 2021, 10:19 PM IST

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଭାରତର ଦମଦାର ବିଜୟ । ସୁପର ୧୨ ଗ୍ରୁପ ୨ ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୮ ୱିକେଟରେ ହରାଇ ସେମିଫାଇନାଲ ଆଶା ଉଜ୍ଜିବୀତ ରଖିଛି ଭାରତ । ଓପନର କେଏଲ ରାହୁଲଙ୍କ ୧୮ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ୬.୩ ଓଭରରେ ହାସଲ କରିନେଇଛି ଟିମ ଇଣ୍ଡିଆ । ଅନ୍ୟତମ ଓପନର ରୋହିତ ଶର୍ମା ମଧ୍ୟ ୧୬ ବଲ୍‌ରୁ ୩୦ ରନ୍‌ର ଇଂନିସ ଖେଳିଛନ୍ତି ।

ପ୍ରଥମେ ବୋଲିଂରେ କମାଲ ସହ ୧୭.୪ ଓଭରରେ ସ୍କଟଲାଣ୍ଡକୁ ୮୬ ରନ୍‌ରେ ଅଲଆଉଟ କରିଥିଲା ଭାରତ । ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜଶପ୍ରୀତ ବୁମରା ୨ଟି ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ୱିକେଟ ହାତେଇଥିଲେ ।

ସଂକ୍ଷିପ୍ତ ସ୍କୋର:

ସ୍କଟଲାଣ୍ଡ: ୧୭.୪ ଓଭରରେ 85 ରନ୍‌ରେ ଅଲଆଉଟ୍‌(ଜର୍ଜ ମୁନସି ୨୪, କ୍ରିସ ଗ୍ରେଭସ ୨୧; ରବିନ୍ଦ୍ର ଜାଡେଜା ୩/୧୫, ମହମ୍ମଦ ସାମି ୩/୧୫) ।

ଭାରତ: ୬.୩ ଓଭରରେ ୮୯/୨(କେଏଲ ରାହୁଲ ୫୦, ରୋହିତ ଶର୍ମା ୩୦; ବି ହ୍ବିଲ ୧/୩୨) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 5, 2021, 10:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.