ETV Bharat / sports

ଟ୍ବେଣ୍ଟି-୨୦ ବିଶ୍ବକପ ପ୍ରଥମ ସେମିଫାଇନାଲ, ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ଟକ୍କର

author img

By

Published : Nov 10, 2021, 7:20 AM IST

ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଆଜି(ବୁଧବାର) ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା ।

ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ
ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ

ଆବୁଧାବି: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଆଜି(ବୁଧବାର) ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା । ୨୦୧୯ ଦିନିକିଆ ବିଶ୍ବକପ ଫାଇନାଲ ଫଳାଫଳ ଏବେ ଯାଏଁ କ୍ରିକେଟ ପ୍ରେମୀଙ୍କ ମନରୁ ଲିଭିନାହିଁ ଏହାରି ଭିତରେ ପୁଣି ଆଉ ଏକ ବିଶ୍ବକପରେ ସାମ୍ନାସାମ୍ନି ହେବେ ଏହି ଦୁଇ ଦଳ । ଆଜିର ଏହି ମ୍ୟାଚ ଦମଦାର ହେବ ନିଶ୍ଚୟ ।

ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଛି । ଇଂଲଣ୍ଡ ମଧ୍ୟ ସବୁ ଫର୍ମାଟରେ ଆଧିପତ୍ୟ ଜାରି ରଖିଛି । ଦିନିକିଆ ବିଶ୍ବକପରେ ଇଂଲଣ୍ଡ ବିଜୟୀ ହୋଇଥିଲା । ନ୍ୟୁଜିଲାଣ୍ଡ ପାଇଁ ଦିନିକିଆ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେବାର ସମୟ ଆସିଛି । ଦଳ ମଧ୍ୟ ଫୁଲ ପ୍ରସ୍ତୁତି କରିଛି । ମୁଖ୍ୟ ଖେଳାଳିମାନେ ଫର୍ମକୁ ଫେରିଛନ୍ତି । ପେସ ବୋଲର ଟ୍ରେଣ୍ଟ ବୋଲ୍ଟ ସୁପର-୧୨ ରାଉଣ୍ଡରେ ସର୍ବାଧିକ ୧୧ଟି ୱିକେଟ ନେଇଥିଲେ । ଟିମ ସାଉଦି ଯୋଡି ଭାଙ୍ଗିବାରେ ସଫଳ ହୋଇଛନ୍ତି । ଦଳଗତ ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ସର୍ବଦା ଶିଖରରେ ରହିଛି ।

ଅନ୍ୟପଟେ ଇଂଲଣ୍ଡ ଦଳ ଆହତ ସମସ୍ୟା ଦେଇ ଗତି କରୁଛି । ପେସ ବୋଲର ତିମାଲ ମିଲ୍ସ ଓ ଓପନିଂ ବ୍ୟାଟ୍ସମ୍ୟାନ ଜାସନ ରୟ ଆହତ ହୋଇ ବାଦ ପଡିଛନ୍ତି । ତଥାପି ନ୍ୟୁଜିଲାଣ୍ଡକୁ ହରାଇବା ପାଇଁ ଇଂଲଣ୍ଡ ପାଖରେ ଯଥେଷ୍ଟ ଶକ୍ତି ରହିଛି । ଟି-ଟ୍ବେଣ୍ଟି ଫର୍ମାଟରେ ଭଭୟ ଦଳ ପରସ୍ପରକୁ ୨୧ ଥର ଭେଟିଛି । ଏଥିରୁ ଇଂଲଣ୍ଡ ୧୨ଟି ମ୍ୟାଚରେ ଜିତିଥିବାବେଳେ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚରେ ଜିତିଛି ।

ଆଜିର ମ୍ୟାଚରେ ମାର୍ଟିନ ଗପଟିଲ ଓ ମୋଇନ ଅଲିଙ୍କ ଉପରେ ନଜର ରହିବ। ଗପଟିଲ ସଫଳ ହେଲେ ନ୍ୟୁଜିଲାଣ୍ଡ ବିଶାଳ ଲକ୍ଷ୍ୟକୁ ସହଜରେ ପାରି ହେବ । ମୋଇନ ଇଂଲଣ୍ଡର ସ୍ପିନ ବିଭାଗ ସମ୍ଭାଳିବ । ସେ ଦଳର ମୁଖ୍ୟ ଅଲରାଉଣ୍ଡର । ଆଜି ଦୁଇ ଦଳ ଭିତରେ ଜୋରଦାର ଟକ୍କର ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.