ETV Bharat / sports

T-20 WC SEMI: ଟସ ଜିତିଲେ ୱିଲିୟମସନ୍‌, ପ୍ରଥମେ ବୋଲିଂ କରିବ ନ୍ୟୁଜିଲାଣ୍ଡ - ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ

ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେଉଛନ୍ତି । ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି ନ୍ୟୁଜିଲାଣ୍ଡ । ଅଧିକ ପଢ଼ନ୍ତୁ...

T-20 WC SEMI: ଟସ ଜିତିଲେ ୱିଲିୟମସନ୍‌, ପ୍ରଥମେ ବୋଲିଂ କରିବ ନ୍ୟୁଜିଲାଣ୍ଡ

author img

By

Published : Nov 10, 2021, 7:24 PM IST

Updated : Nov 10, 2021, 7:46 PM IST

ଆବୁଧାବି: ଟି-୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ ଆଜି ଆବୁଧାବିରେ ଖେଳାଯାଉଛି । ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି ନ୍ୟୁଜିଲାଣ୍ଡ । ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେଉଛନ୍ତି ।

ଏହି ମ୍ୟାଚ ପାଇଁ ଇଂଲଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଥିବା ଜେଶନ ରୟଙ୍କ ସ୍ଥାନରେ ସାମ ବିଲିଂସଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ସେପଟେ ଏହି ମ୍ୟାଚ୍‌ ପାଇଁ ନ୍ୟୁଜିଲାଣ୍ଡର ଦଳ ଅପରିବର୍ତ୍ତିତ ରହିଛି ।

ଟସ୍‌ ଜିତିବା ପରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ କହିଛନ୍ତି ଯେ, "ଆମେ ପ୍ରଥମେ ବୋଲିଂ କରିବାକୁ ଚାହିଁବୁ । କାରଣ ଦ୍ବିତୀୟ ଇନିଂସରେ ଏଠାରେ କାକର ପଡ଼ିବାର ସମ୍ଭାବନା ଅଧିକ ରହିଛି । ପୂର୍ବ ମ୍ୟାଚ୍‌ରେ ଯେଉଁ ଟିମ୍‌ ଥିଲା ସେହି ଟିମ୍‌କୁ ନେଇ ଆମେ ଆଜି ଖେଳୁଛୁ । ଆମ ବୋଲର ମାନେ ଭଲ ପ୍ରଦର୍ଶନ କରି ଆସିଛନ୍ତି । ଭଲ ଖେଳି ଆମେ ଫାଇନାଲକୁ ଯିବାକୁ ସମସ୍ତ ପ୍ରୟାସ କରିବୁ ।"

ସେପଟେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି ଯେ, "ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । କିନ୍ତୁ ଟସ୍‌ ଆମ ହାତର କଥା ନୁହେଁ । ଆଜିର ମ୍ୟାଚରେ ଜେଶନ ରୟଙ୍କ ବଦଳରେ ସାମ ବିଲିଂସଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଜେଶନ ଦଳରେ ନଥିବା ଆମ ପାଇଁ ଏକ ବଡ଼ କ୍ଷତି ଅବଶ୍ୟ । କିନ୍ତୁ ସାମ ବିଲିଂସଙ୍କ ଠାରୁ ବହୁତ କିଛି ଆଶା ରଖିଛୁ । ଆଜି ବେୟାରଷ୍ଟୋ ଓପନ କରିବେ । ଆମେ ନ୍ୟୁଜିଲାଣ୍ଡକୁ ପରାଜିତା କରିବାକୁ ଯଥା ସମ୍ଭବ ଚେଷ୍ଟା କରିବୁ ।"

ନ୍ୟୁଜିଲାଣ୍ଡ ଚୂଡ଼ାନ୍ତ ଏକାଦଶ

ମାର୍ଟିନ ଗୁପ୍ଟିଲ୍‌, ଡାରିଲ ମିଚେଲ, କେନ୍‌ ୱିଲୟମସନ୍‌, ଡେଭନ କନୱେ, ଗ୍ଲେନ ଫିଲିପ୍ସ, ଜେମ୍ସ ନିଶମ, ମିଚେଲ ସାଣ୍ଟନର, ଆଦାମ ମିଲ୍‌ନ, ଟିମ ସାଉଦି, ଇଶ ସୋଢ଼ି, ଟ୍ରେଣ୍ଟ ବୋଲ୍‌ଟ

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ

ଜୋଶ ବଟଲର, ଜନି ବେୟାରଷ୍ଟୋ, ଡାବିଡ ମଲାନ, ମୋଇନ ଅଲୀ, ଇଅନ ମୋର୍ଗାନ, ସାମ ବିଲିଂସ, ଲିଆମ ଲିଭିଂଷ୍ଟୋନ, କ୍ରୀଶ୍ ୱୋକ୍‌ସ, କ୍ରୀଶ ଜୋର୍ଡାନ, ଆଦିଲ ରାଶିଦ, ମାର୍କ ଉଡ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 10, 2021, 7:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.