ETV Bharat / sports

ପରାଜୟ ପରେ କୋହଲିଙ୍କ ବୟାନକୁ କପିଳ ଦେବଙ୍କ ନାପସନ୍ଦ

author img

By

Published : Nov 1, 2021, 10:58 PM IST

ଚଳିତ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ ପରେ କ୍ୟାପଟେନ ବିରାଟ କୋହଲି ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଥିଲେ ଭାରତୀୟ ଟିମ ଲଢୁଆ ନଥିଲା('not brave enough') । ଅଧିକ ପଢନ୍ତୁ...

Kapil says Kohli's "not brave enough" statement is weak; urges Dhoni, Shastri to lift team morale
ପରାଜୟ ପରେ କୋହଲିଙ୍କ ବୟାନକୁ କପିଳ ଦେବଙ୍କ ନାପସନ୍ଦ

ନୂଆଦିଲ୍ଲୀ: କିମ୍ବଦନ୍ତୀ କପିଳ ଦେବ ବିରାଟ କୋହଲିଙ୍କ ଏକ ବୟାନରେ ନାଖୁସ ଜାହିର କରିଛନ୍ତି । ଚଳିତ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ ପରେ କ୍ୟାପଟେନ ବିରାଟ କୋହଲି ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଥିଲେ ଭାରତୀୟ ଟିମ ଲଢୁଆ ନଥିଲା('not brave enough') । ତେବେ କୋହଲିଙ୍କ ଏହି ବୟାନକୁ 'ଅତି ଦୁର୍ବଳ ବୟାନ' ବୋଲି କହିଛନ୍ତି କପିଳ ଦେବ ।

ଏଥିସହ କୋଚ୍‌ ରବି ଶାସ୍ତ୍ରୀ, ମେଣ୍ଟର ମହେନ୍ଦ୍ର ସିଂହ ଧୋନି ଖେଳାଳିଙ୍କ ମନୋବଳ ବଢାଇବା ଉଚିତ୍‌ ବୋଲି କପିଳ ଦେବ କହିଛନ୍ତି ।

ରବିବାର ଭାରତ ଦୁବାଇରେ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟରେ ପରାସ୍ତ ହୋଇଛି । ୬୨ ବର୍ଷୀୟ ପୂର୍ବତନ ଭାରତୀୟ କ୍ୟାପଟେନ କହିଛନ୍ତି ସିନିୟର ସଦସ୍ୟ UAEରେ ପ୍ରଦର୍ଶନର ଉତ୍ତରଦାୟିତ୍ବ ନିଅନ୍ତୁ ।

ଏହି ମ୍ୟାଚ୍‌ରେ ପରାଜୟ ପେର ଭାରତର ସେମିଫାଇନାଲ ଆଶାକୁ ଶକ୍ତ ଧକ୍କା ଲାଗିଛି । ତେବେ ଏବେବି ସାମାନ୍ୟ ସମ୍ଭାବନା ରହିଛି । ଟିମ ଇଣ୍ଡିଆକୁ ଅବଶିଷ୍ଟ ୩ଟି ମ୍ୟାଚ୍‌ରେ ବଡ ବ୍ୟବଧାନରେ ବିଜୟୀ ହେବାସହ ନେଟ୍‌ ରନ୍‌ରେଟ୍‌ ସୁଧାରିବାକୁ ହେବ । ଏଥିସହିତ ଆଫଗାନିସ୍ତାନ ଯଦି ନ୍ୟୁଜିଲାଣ୍ଡକୁ ହରାଇଦିଏ, ତେବେ ଭାରତ ପାଇଁ ସୁଯୋଗ ସୃଷ୍ଟି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.